ହୋପ୍ ଇଜ୍ ଲାଇଫର ବାର୍ଷିକ ଉସବ

 ପୁରୀ : ହୋପ୍ ଇଜ୍ ଲାଇଫ ଚାରିଟେବୁଲ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉସôବ ପୁରୀ ଗୁଣ୍ଡିଚା ମନ୍ଦିର ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ମୁଖ୍ୟବକ୍ତା ପ୍ରଦୁ୍ୟମ୍ନ ଶତପଥୀ, ଡ଼. ଧୀରେନ୍ଦ୍ର ନାଥ ଶତପଥୀ, ଇଂ. ରାଜେଶ ମିଶ୍ର, ବରିଷ୍ଠ ସେବାୟତ ଭଗବାନ ସୁଆର, ଜିଲ୍ଳା ସାମାଜିକ ଅଧିକାରୀ ସୁଭ୍ରାଶୁଂ ମହାରଣା, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ଓ ସଭାପତି ସରେଶ ନନ୍ଦ ଓ ସମ୍ପାଦକ ଗଦାଧର ସାହୁ ମଞ୍ଚାସୀନ ଥିଲେ  । ୫୦ଜଣ ପ୍ରତିଭା ଓ ସମାଜସେବୀ ଅନୁଷ୍ଠାନକୁ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଜାନୁୟାରୀ ୨୩ ତାରିଖରେ ଅନୁଷ୍ଠିତ ଚିତ୍ରାଙ୍କନ, ରଚନା ଓ ବକ୍ତୃତା ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀତଙ୍କୁ ପୁରସ୍କୃତ କରାଯାଇଥିଲା । ଅମରେନ୍ଦ୍ର ପାଇକରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ୟାମପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ  ।