ସୂଚନା ଅଧିକାର ତାଲିମ୍ ଶିବିର

 ଏରସମା : ଏରସମା ସ୍ଥିତ ଗାନ୍ଧି ସ୍ମୃତି ଭବନ ପରିସରରେ ସୂଚନା ଅଧିକାର ଆଇନ୍ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ସୋମବାର ପୂର୍ବାହ୍ନରେ ଆୟୋଜିତ ତାଲିମ୍ ଶିବିରରେ ଏରସମା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ସାଧାରଣ ଲୋକମାନେ ଅଂଶଗ୍ରହଣ କରିଥିଲେ । ଓଡିଶା ସୂଚନା ଅଧିକାର ରାଜ୍ୟ ସଭାପତି ପ୍ରଦିପ ପ୍ରଧାନ ତାଲିମ୍ ଶିବିରରେ ଯୋଗଦେଇ ସୂଚନା ଅଧିକାରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ସହିତ, ଏ ସମ୍ପର୍କରେ ସଭିଏଁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଅଧିକାର ଏରସମା ବ୍ଲକ୍ ସଭାପତି ଭରତ ସାମଲ, ନୃସିଂହ ଦାସ, ହେମନ୍ତ ସେଠୀ, ନେତ୍ରାନନ୍ଦ ବେହେରା, ଅକ୍ଷୟ ବେହେରା ଓ ରବିନ୍ଦ୍ର ଦାସ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ଆଗାମି ପରିପ୍ରେକ୍ଷୀରେ ସୂଚନା ସଂଗଠନ ତାର କାର୍ଯ୍ୟ କ୍ରମକୁ ପରିବ୍ୟାପ୍ତ କରିବ ବୋଲି କହିଥିଲେ । ଫୁଲେ ଆମ୍ବେଦକର ସାମାଜିକ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ମାଧବେନ୍ଦ୍ର ଗୋଛାୟତ, ମନୋଜ ପାତ୍ର, ଚିନ୍ମୟ ନାଥ,ବାବାଜୀ ମଲ୍ଲିକ, ହେମନ୍ତ ସେଠୀ, ଭରତ ସାମଲ, ଡମ୍ବରୁ ଜେନା, କୈଳାସ ସାମଲ, ମାୟାଧର ଦାସ ଓ ଅଜୟ କାଣ୍ଡୀଙ୍କ ସମେତ ଶତାଧିକ ଜନସାଧାରଣ ଯୋଗଦେଇ ସୂଚନା ଅଧିକାର ଆଇନ ସମ୍ପର୍କରେ ଅବଗତ ହୋଇଥିଲେ  ।