ବାର୍ଷିକ କ୍ରୀଡ଼ା ଉତ୍ସବ
ପୁରୀ: ବୀର ହରେକୃଷ୍ଣପୁର ନୋଡାଲ ହାଇସ୍କୁଲରେ ୩୧ତମ ବାର୍ଷିକ କ୍ରୀଡ଼ା ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟଅତିଥି ପୂର୍ବତନ ଶିକ୍ଷକ ପ୍ରତାପ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସ୍କୁଲ ଶିକ୍ଷୟିତ୍ରୀ ସବିତା ମିଶ୍ର, ଶାଶ୍ୱତୀ ମିଶ୍ର, ସୁବାସ ଜେନା ମଞ୍ଚାସୀନ ଥିଲେ । ମୁଖ୍ୟଅତିଥି ଛାତ୍ରଛାତ୍ରଙ୍କ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ବୀରହରେକୃଷ୍ଣପୁର ଗ୍ରାମ ସ୍ଥିତ ଶ୍ରୀ ଲୋକନାଥଙ୍କ ମନ୍ଦିରୁ କ୍ରୀଡ଼ା ଜ୍ୟୋତି ପ୍ରଜ୍ଜ୍ୱଳନ ପୂର୍ବକ ସ୍କୁଲ ପରିସରକୁ ଛାତ୍ରମାନଙ୍କ ଦ୍ୱାରା ଅଣାଯାଇ କ୍ରୀଡ଼ା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା । କ୍ରୀଡ଼ା ଦ୍ୱାରା ଛାତ୍ରଛାତ୍ରୀଙ୍କ ଶାରିରୀକ ଓ ମାନସିକ ସ୍ତରରେ ସୁଦୃଢ ହୋଇଥାଏ । ଅଧ୍ୟୟନ ଓ କ୍ରୀଡ଼ା ପରସ୍ପର ପରିପୂରକ । ଅଧ୍ୟୟନ ପାଇଁ କ୍ରୀଡ଼ା ମାନସିକ ସୁସ୍ଥତା ପ୍ରଦାନ କରେ ବୋଲି ମୁଖ୍ୟଅତିଥି ଓ ମଞ୍ଚାସୀନ ଶିକ୍ଷକ ଶିକ୍ଷୟିତ୍ରୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦ୍ଘାଟନ ଅବସରରେ ଛାତ୍ରୀଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । କୁନିକୁନି ପିଲାମାନଙ୍କ ମଧ୍ୟରେ ଦୌଡ଼, ଏକ ଗୋଡ଼ ଦୌଡ଼, ଅଙ୍କ କଷା ଦୌଡ଼, ବଲ ଫିଙ୍ଗା, ମୁ୍ୟଜିକ୍ ଚେୟାର ଆଦି ପ୍ରତଯୋଗିତା କରାଯାଇଥିଲା । ଏହି କ୍ରୀଡ଼ା ଉସôବ ୩ଦିନ ଧରି ଚାଲିବ । ପ୍ରଧାନଶିକ୍ଷକ ଅରବିନ୍ଦ ଦାସଙ୍କ ତତ୍ତ୍ୱାବଧାନରେ କ୍ରୀଡ଼ା ଶିକ୍ଷକ ବ୍ରଜବନ୍ଧୁ ମହାପାତ୍ର ଓ ରଶ୍ମିରଂଜନ ତ୍ରିପାଠୀ କ୍ରୀଡ଼ା ପରିଚାଳନା କରିଥିଲେ ।