ୟାଜଦାନୀ ଷ୍ଟିଲରେ ଦୁର୍ଘଟଣା: ଶ୍ରମିକ ଗୁରୁତର
ଦାନଗଦୀ : ୟାଜଦାନୀ ଷ୍ଟିଲ କାରଖାନାରେ ସୁରକ୍ଷା ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କଳିଙ୍ଗନଗର ଶିଳ୍ପାଞ୍ଚଳର ୟାଜଦାନୀ ଷ୍ଟିଲ କାରଖାନାରେ ଶନିବାର ପାୱର ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ସୂଚନା ମୁତାବକ ବିଏସଏସ ଠିକା ସଂସ୍ଥାର କାର୍ଯ୍ୟରତ ଶ୍ରମିକ କଳିଙ୍ଗନଗର ଥାନା ଅନ୍ତର୍ଗତ କାଇଥା ଗ୍ରାମ ଶ୍ୟାମ ତରାଇ(୪୦) ବୋଲି ଜଣାପଡ଼ିଛି । କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ଅଭିଯୋଗ ହେଉଛି । ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ଶ୍ରମିକ ମାନେ ଦାବି କରୁଛନ୍ତି । ଶ୍ୟାମ ପାୱର ପ୍ଲାଟରେ କାର୍ଯ୍ୟ କରୁଥିଲା ବେଳେ କୌଣସି ବସତ ଚେନ ପୁଲ୍ଲିରୁ ଖସି ପଡିଥିଲା । ଶ୍ରମିକଙ୍କ ଛାତି ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା ।