‘ୟୁଆଇଏଲ ସିଏସଆର୍’ ପକ୍ଷରୁ ମହାପ୍ରଣାୟ ଯାନ ପ୍ରଦାନ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉକôଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାପ୍ରଣାୟ ଯାନ ଥୁଆମୁଲ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି । ୟୁଆଇଏଲ ଖଣି ସିଏସଆର୍ ପକ୍ଷରୁ ସମ୍ପ୍ରତି ପଦକ୍ଷେପ ଗ୍ରହଣ କରାଯାଇଛି । ଉକôଳ ଆଲୁମିନା ଏହାର ସିଏସଆର୍ ମାଧ୍ୟମରେ ଗ୍ରାମାଂଚଳ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଇବା ସକାଶେ କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକରେ ମହାପ୍ରଣାୟ ଯାନ ୟୁଏଆଇଏଲ ତରଫରୁ ବ୍ଲକ ପ୍ରଶାସନ ଜରିଆରେ ଥୁଆମୁଲ୍ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରଦାନ କରିଛି । ବିଭିନ୍ନ ସମୟରେ ମୃତ ବ୍ୟକ୍ତିଙ୍କ ମର ଶରୀରକୁ ପରିବହନ ପାଇଁ ଉପକୁକ୍ତ ଯାନ ନମିଳିବାରୁ ଲୋକେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିଲେ । ଏନେଇ ଉକôଳ ଆଲୁମିନା ବାଫ୍ଳିମାଳି ଖଣି ମୁଖ୍ୟ ବିଜୟ ଚୌହାନଙ୍କ ପରାମର୍ଶ କ୍ରମେ ଆବଶ୍ୟକସ୍ଥଳେ ସେବା ଯୋଗାଇବା ଉଦେ୍ଦଶ୍ୟରେ ଏହି ମହାପ୍ରଣାୟ ସେବା ଯୋଗାଇ ଦିଆଯାଇଛି । ଉକ୍ତ ଯାନକୁ ଆନୁଷ୍ଠାନିକ ଭାବେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରଜ୍ ଭାତ୍ରା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ପ୍ରଦ୍ୟୁମ୍ନ ପଣ୍ଡା, ବିଧାୟକ ପ୍ରତିନିଧି ମାଣିକ ନାଏକଙ୍କ ସମେତ ୟୁଏଆଇଏଲ ଖଣି ସିଏସଆର ମୁଖ୍ୟ ମନୋଜ ଦାଶ, ସିକୁରିଟି ପରିଚାଳକ ଦିବ୍ୟଜ୍ୟୋତି ଦାସ, ବିଜୟ ବିଶି, ବିନୋଦ ପୂଜାରୀ ଓ ସଞ୍ଜିବ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ ।