୫ମ ବାର୍ଷିକ ସାଂସ୍କୃତିକ କୁଡୁମି ମହୋତ୍ସବ
ଟମକା : ଲକ୍ଷ୍ମୀ ନାରାୟଣ ଯୁବକ ସଂଘ ହୁଡିସାହି କିଆଝର ଆନୁକୂଲ୍ୟରେ ୫ମ ବାର୍ଷିକ ସାଂସ୍କୃତିକ କୁଡୁମି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନପ୍ରିୟ ହାଇସ୍କୁଲ ଖେଳ ପଡିଆରେ କୁଡୁମି ଭାଷା ଜାଗରଣ, ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା ଉଦେ୍ଦଶ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହାର ଶୁଭ ଉଦ୍ଘାଟନ କରିବା ସହ ନିଜର ଭାଷା ସଂସ୍କୃତି ଓ ପରମ୍ପରାକୁ ଉଦଜ୍ଜିବିତ ରଖିବା ପାଇଁ ସଂଘର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନ୍ୟଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଧୀର, ଶିକ୍ଷାବିତ୍ ସହଦେବ ମହାନ୍ତ, ଶ୍ରମିକ ନେତା ଗୁଣଧର ମହାନ୍ତ, ଦୈତାରୀ ମହାନ୍ତ, ଭାଗିରଥି ମହାକୁଡ, ରମେଶ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ନାମି ଦାମି ଝୁମର କଳାକାର ନୃତ୍ୟ ଗୀତ ପରିବେଶଣ କରିଥିବା ବେଳେ ଅନୁଷ୍ଠାନ ପକ୍ଷରୁ ପ୍ରେମାନନ୍ଦ ମହାନ୍ତ, ଗିରିଧାରୀ ମହାନ୍ତ, ସୁଶିଲ ମହାନ୍ତ, ଯୁଧିଷ୍ଠିର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।