କ୍ରସରରେ ନିଅାଁ, ଦୁଇ ଗୁରୁତର

ାା ପ୍ରଭାନୁ୍ୟଜ୍ ।ା ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ମୋଇଦଲପୁର ଥାନା ଅନ୍ତର୍ଗତ ଉସିଗାଁରେ ଥିବା ମା ମଙ୍ଗଳା ଷ୍ଟନ କ୍ରସରରେ କେହି ଦୁର୍ବୁତ୍ତ ନିଆଁ ଲଗାଇଥିବା  ନେଇ ମୋଇଦଲପୁର ଥାନାରେ ଅଭିଯୋଗ ହୋଇଛି  । ସୂଚନା ପ୍ରକାରେ ଗତ ବୁଧବାର ରାତି ୧୨ ଘଣ୍ଟା ସମୟରେ ଅଜଣା ଦୁର୍ବୃତ୍ତମାନେ ପ୍ରଥମେ  ଷ୍ଟାଫ ରୁମରେ ବାହାର ପଟୁ କିଳି ଲଗାଇ କଣ୍ଟା ରୁମକୁ ଯାଇ ଝରକା ଭାଙ୍ଗି ନିଆଁ ଲଗାଇଥିଲେ  । ବଖରା ଭିତରେ ଶୋଇଥିବା ଦୁଇ କର୍ମଚାରୀ ଲିଙ୍ଗରାଜ ଗୋପାଳ ଓ ଧନଞ୍ଜୟ ବେହେରା ନିଆଁର ତାପ ଓ ଧୂଆଁରେ  ଶ୍ୱାସରୋଧ ହୋଇ ଅଚେତ ହୋଇ ପଡ଼ିଥିଲେ  । ଅନ୍ୟ କର୍ମଚାରୀମାନେ କବାଟ ଭାଙ୍ଗି ସେ ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ  । ଉଦ୍ଧାର କରାଯିବା ପରେ ଦେଖିବାକୁ ପାଇଲେ ଯେ ଚେୟାର, ପ୍ରିଣ୍ଟର ମେସିନ ଓ କମ୍ପୁ୍ୟଟର ଆଦି ଜଳି ଯାଇଛି । ଆମ୍ବୁଲାନ୍ସ ଡାକି ନବରଙ୍ଗପୁର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଇଥିଲେ  । ଅଧିକ ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଏନେଇ ମୋଇଦଲପୁର ଥାନା ଅଧିକାରୀ ବିପିନ କୁମାର କୂଳଦୀପ କେସ ନଂ ୧୧୮/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି  ।