କାଳୀ ଓ ଲଷ୍ମୀ ନାରାୟଣ ପୂଜା ପାଇଁ ପ୍ରସ୍ତୁତି ବୈଠକ
ଯାଜପୁର ଟାଉନ : କାଳୀପୂଜା ଯାଜପୁରର ଏକ ଗଣ ପର୍ବ ହୋଇଥିବାରୁ ଏହାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ବର୍ଷ ଗଣପର୍ବ କାଳୀପୂଜାକୁ ଶାନ୍ତି, ମୈତ୍ରୀ, ସଂପ୍ରିତି, ଭାଇଚାରା ଓ ସୌହାର୍ଦ୍ୟପୂର୍ଣ୍ଣ ଶୃଙ୍ଖଳା ବାତାବରଣ ମଧ୍ୟରେ ପୂଜା ଓ ଭସାଣିକୁ ସମାପନ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ କର ସମସ୍ତ ପୂଜା କମିଟିର କର୍ମକର୍ତାମାନଙ୍କ ସହଯୋଗ କାମନା କରିଥିଲେ । କମିଟିରେ ସବୁ ବର୍ଗ ଓ ସବୁ ଭାଗର ବ୍ୟକ୍ତି ମାନଙ୍କୁ ସାମିଲ କରି ପ୍ରଶାସନକୁ ପ୍ରଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଚଳିତ ବର୍ଷ ପୂଜା ମଣ୍ଡପ ପାରିପାର୍ଶ୍ୱିକ ଅଞ୍ଚଳରେ ସ୍ୱଚ୍ଛତା ରଖିବାପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ପୂଜା କମିଟି ଓ ପୂଜା ମଣ୍ଡପ ଗୁଡ଼ିକର ସଭାପତି, ସମ୍ପାଦକ, ଶାନ୍ତି କମିଟିର ସଦସ୍ୟ, ବୟୋଜ୍ୟେଷ୍ଠ ବ୍ୟକ୍ତି ଯୋଗଦେଇ ବିଭିନ୍ନ ପ୍ରସ୍ତାବମାନ ଉତ୍୍ଥାପନ କରିଥିଲେ ଓ ଏହି ପରିପ୍ରେକ୍ଷୀରେ ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତାମାନେ ଆଗାମୀ ପୂଜାକୁ ଶାନ୍ତି ଶୁଙ୍ଖଳାର ସହ ସମାପନ ନିମନ୍ତେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ଶାନ୍ତି କମିଟି ଓ ପୂଜା କମିଟି ତରଫରୁ ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅକ୍ଟୋବର ୧୯ତାରିଖରେ ଲଷ୍ମୀନାରାୟଣ ପୂଜା ଏବଂ ୨୦ତାରିଖ ଠାରୁ ମା କାଳୀ ପୂଜା ଆରମ୍ଭ ହେବା ସହ ଅକ୍ଟୋବର ୨୮ଏବଂ ୨୯ତାରିଖ ୨ଦିନ ଧରି ଭସାଣି ଉସôବ ପାଳନ ହେବ ବୋଲି ବୈଠକରେ ନିଷ୍ପତି ନିଆଗଲା । ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ସମସ୍ତ ପୂଜା କମିଟି ତାଙ୍କର ଫାୟର ସାର୍ଟିଫିକେଟ, ସାରଣ ପରମିଶନ ଓ ଇଲେକ୍ଟ୍ରିକ ସାର୍ଟିଫିକେଟ ଆବେଦନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନେବା ପାଇଁ ବ୍ୟବସ୍ଥା କରାଯିବ । ଭସାଣିକୁ ଡିଜେ ମୁକ୍ତ, ନିଶାମୁକ୍ତ ଏବଂ ଶାନ୍ତି ପୂର୍ଣ୍ଣ ଭାବେ ପାଳନ ପୂର୍ବକ ଆଇନ୍ ଶୃଙ୍ଖଳା ପ୍ରତି ଧ୍ୟାନ ଦେବାକୁ ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମାଲ ପୂଜା ମଣ୍ଡପ ଓ ପୂଜା କମିଟିର ସଭାପତି ଓ ସମ୍ପାଦଳ ମାନଙ୍କୁ ଅନୁରୋଧ କରିଥିଲେ । ପୂଜା କମିଟିମାନ ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ବାଲି ଓ ପାଣିର ବ୍ୟବସ୍ଥା କରିବା, ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା, ଶବ୍ଦ ପ୍ରଦୁ୍ୟଷଣ ନ କରିବା, ପ୍ରତ୍ୟେକ ପୂଜା କମିଟିର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହିବା, ଶାନ୍ତି କମିଟିର ସଦସ୍ୟ ମାନେ ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ କରିବା, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତା ମରାମତି ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ, ୨ ରୁ ୩ ଗୋଟି ଟ୍ରାନସଫର୍ମର ମହଜୁଦ କରି ରଖିବା ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ପୂଜା ମଣ୍ଡପ ନିକଟରେ ସି.ସି କ୍ୟାମେରା ଲଗାଇବା, ଭସାଣି ଦିବସରେ ମଦ ଦୋକାନ ବନ୍ଦ ରଖିବା, ପୌରାଞ୍ଚଳରେ ସମସ୍ତ ରାସ୍ତା ଘାଟ ମରାମତି, ଆଲୋକୀକରଣ କରିବା, ଶୁଦ୍ଧ ପାନୀୟ ଜଳଯୋଗାଣ, ଡ଼୍ରେନର ମରାମତି ଆଦି କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ, ସହକାରୀ ଜିଲ୍ଲାପାଳ, ସାଧାରଣ ଓ ବିବିଧ ବିଭାଗ, ନିର୍ବାହୀ ଅଧିକାରୀ, ଯାଜପୁର ମୁ୍ୟନିସିପାଲିଟି, ଅବକାରୀ ଅଧିକ୍ଷକ, ଅଗ୍ନିଶମ ଅଧିକାରୀ ବିଭିନ୍ନ ବିଭାଗୀୟ ଅଧିକାରୀ, ପୂଜା ଓ ଶାନ୍ତି କମିଟିର ସଭାପତି, ସମ୍ପାଦକ, ବରିଷ୍ଠ କର୍ମକର୍ତା, ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଡିଏସପି, ଟାଉନ ଥାନା ଶରତ ଚନ୍ଦ୍ର ପାତ୍ର ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ଉପରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।