୧ଲକ୍ଷ ୬୭ ହଜାର କୃଷକ ପାଇଲେ ପିଏମ୍ କିଷାନ କିସ୍ତି

 ଯାଜପୁର : ଯାଜପୁର ଜିଲାର୧ଲକ୍ଷ ୬୬ହଜାର ୪୬୨ଜଣ କୃଷକ ୨୦୦୦ ହିସାବରେ ପିଏମ କିଷାନ ସମ୍ମାନ ନିଧି ସହାୟତା ପ୍ରାପ୍ତ କରିଛନ୍ତି । ସଂସ୍କୃତି ଭବନ ଠାରେ ଜିଲାସ୍ତରୀୟ ସମାରୋହ ଜିଲ୍ଲାପାଳ ଅମ୍ବର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଜିଲ୍ଲାର ୧୦୦ଜଣ ହିତାଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ୟୁପିର ବାରଣାସୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିସ୍ତି ଲୋକାର୍ପଣର ସିଧା ପ୍ରସାରଣ ଦର୍ଶନ କରିଥିଲେ । ମୁଖ୍ୟ ଜିଲା କୃଷି ଅଧିକାରୀ ଅରୁଣ କୁମାର ବେହେରା ତଥା କୃଷି ବିଜ୍ଞାନ କେନ୍ଦ୍ରଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଅଧିକାରୀ ସିଧା ପ୍ରସାରଣର ଆୟୋଜନରେ ସହାୟତା କରିଥଲେ । ସମାରୋହରେ ଜିଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, କୃଷି ଆନୁଷଙ୍ଗିକ ବିଭାଗ ତଥା ଉଦ୍ୟାନ କୃଷି ସହକାରୀ ନିଦେ୍ର୍ଦଶକ, ପ୍ରକଳ୍ପ ନିଦେ୍ର୍ଦଶକ, ଜଳଛାୟା ପ୍ରକଳ୍ପ, ସହକାରୀ ଜିଲା ମତ୍ସ୍ୟ ଅଧିକାରୀ, ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ, ଜିଲା କୃଷି ଅଧିକାରୀ, ଯାଜପୁର ରୋଡ, ସମସ୍ତ ବ୍ଲକ୍ ସ୍ତରୀୟ ଓ ଜିଲା ସ୍ତରୀୟ କୃଷି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।