ଶିଶୁ ବିଦ୍ୟାମନ୍ଦିରର ଜ୍ଞାନବିଜ୍ଞାନ ମେଳା
ପାଣିକୋଇଲି : କୋରେଇ ବ୍ଲକ ମୂଳାପାଳ ଲିଙ୍ଗେଶ୍ୱର ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସଭାପତି ବନମଳୀ ଦାସ, ବରିଷ୍ଠ ସମ୍ବାଦିକ ସୁବାସ ଧଳ ଓ ମାନସ ସାହୁ ଯୋଗଦେଇ କୁନି ବୈଜ୍ଞାନିକଙ୍କୁ ଉତ୍ସାହିତ କରିଥିଲେ । ବିଚାରକ ଭାବେ ମାନସ ରଂଜନ ଶତପଥି, ମାନସ କୁମାର ସାହୁ, ଧନେଶ୍ୱର ସାହୁ, କୃଷ୍ଣ ମୋହନ କର, ବାସୁଦେବ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ମୋଟ ୨୧୦ଜଣ ବିଜ୍ଞାନ ଓ ଗଣିତ ପ୍ରଶ୍ନମଂଚ, ପ୍ରଶ୍ନବାଚନ ପ୍ରୟୋଗ, ନୂତନ ପ୍ରୟୋଗ, ମୂର୍ତିକଳା, କଥା ଓ କଥନ, ସଂସ୍କୃତି ଜ୍ଞାନ ଇତ୍ୟାଦିରେ ଭାଗ ନେଇଥିଲେ । ଏହାର ଉଦ୍ୟାପନ ପର୍ବରେ ଅତିଥିଭାବେ ଲିତଙ୍ଗେଶ୍ୱର ଉନ୍ନୟନ କମିଟିର ସମ୍ପାଦକ ଦୈତାରୀ ଧଳ, କୋରେଇ ଶିକ୍ଷାମଣ୍ଡଳର ଅତିରିକ୍ତ ଶିକ୍ଷାଧିକାରୀ ବିଜୟ କୁମାର ମଲ୍ଲିକ, ସାମ୍ବାଦିକ ମାନସ ରଂଜନ ଧଳ, ମନୋଜ କୁମାର ସାହୁ ଏବଂ ପରିଚାଳନା ସମିତିର ସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ଦିଲ୍ଲୀପ ଧଳ, ଉପସଭାପତି ଶଙ୍କର୍ଷଣ ପରିଡା, ଯୁଗ୍ମ ସମ୍ପାଦକ ରାଜ କିଶୋର ମଲ୍ଲିକ ଓ କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ପ୍ରଧାନଆଚାର୍ଯ୍ୟ ନରେନ୍ଦ୍ର ତ୍ରୀପାଠୀ ଉଭୟ କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଭାସ୍କର ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଧର୍ମଶାଳା: ଧର୍ମଶାଳା ବ୍ଲକ କାଏମାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁବାଟିକା ବିଭାଗର ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ଜେନାପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରୋଜ ମହାନ୍ତି ଓ ପ୍ରାକ୍ତନ ସମ୍ପାଦକ ଚିତରଞ୍ଜନ ମଲ୍ଲିକ ଉଦ୍ଘାଟନ କରିଥିଲେ । ଶିଶୁମାନଙ୍କ ବୌଦ୍ଧିକ ବିକାଶ ଓ ନୂତନ ଜ୍ଞାନଆହରଣ ଦିଗରେ ବିଜ୍ଞାନର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ବିଜ୍ଞାନ ନୂତନ ଉଦ୍ଭାବନ, ଆବିଷ୍କାର କ୍ଷେତ୍ରରେ ସଫଳ ମାର୍ଗଦର୍ଶନ କରିଥାଏ ବୋଲି ଅତିଥି କହିଥିଲେ । ସମ୍ମାନନୀୟ ଅତିଥିଭାବେ ପରିଚାଳନା ସମିତିର ସମ୍ପାଦକ ଧ୍ରୁବ ଚରଣ ପୃଷ୍ଟି ଓ ସଭାପତି ପ୍ରଶାନ୍ତ ସାହୁ ଯୋଗ ଦେଇଥିଲେ । ପ୍ରଧାନଆଚାର୍ଯ୍ୟା ରୀତାରାଣୀ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୋଟ ୩୮୦ଜଣ ଶିଶୁ ଭାଗ ନେଇଥିଲେ ।୧୮୦ଜଣ ଶିଶୁଙ୍କ ଦ୍ୱାରା ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଯଥା ଅରୁଣ କୁମାର ମହାରଣା, ଅନିଲ କୁମାର ମହାରଣା, ବିବେକାନନ୍ଦ ରାଏ, ଶେଷଦେବ ବାରିକ, ମମତା ସାହୁ, ଗ୍ଲୋରିଆ ନାୟକ ତଥା ପରିଚାଳନା ସମିତିର ସହ ସ୍ପାଦକ ସୁକାନ୍ତ କୁମାର ପଣ୍ଡା ଶିଶୁମାନଙ୍କର ପ୍ରକଳ୍ପ ମୂଲ୍ୟାୟନ କରିଥିଲେ । ଅପରାହ୍ନରେ ବିଜ୍ଞାନ ମେଳା ଉଦ୍ୟାପିତ ହୋଇଥିଲା । ପରିଚାଳନା ସମିତିର କୋଷାଧ୍ୟକ୍ଷ ନିଗମ ମହାଣା, ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସ୍ୱାଇଁ ଓ ଗୁରୁଜୀ ଗୁରୁମାଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଆଚାର୍ଯ୍ୟ ଅଜୟ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।