୧୧ରୁ ଅମଲାସଂଘର କାର୍ଯ୍ୟ ବନ୍ଦ ଆନେ୍ଦାଳନ
ନୂଆପଡ଼ା: ଆସନ୍ତା ୧୧ରୁ ଓଡ଼ିଶା ରାଜସ୍ୱ ଅମଲା ସଂଘର ନିଦେ୍ର୍ଦଶକ୍ରମେ ଜିଲ୍ଲାର ସମସ୍ତ ଅମଲା କର୍ମଚାରୀ ସମୂହ ଛୁଟିରେ ଯିବେ । ଏ ନେଇ ରାଜସ୍ୱ ଅମଳା ସଂଘ ଜିଲ୍ଲା ସଭାପତି ତ୍ରିଲୋଚନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସୀ ବୈଠକରେ ନିଷ୍ପତ୍ତି ହୋଇଛି । ଅଗଷ୍ଟ ୮ରେ ସମସ୍ତ ରାଜସ୍ୱ ଅମଲା କର୍ମଚାରୀ ନିଜ ଅଫିସରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବା ପାଇଁ ଦରଖାସ୍ତ ଆବେଦନ କରିବାକୁ ସ୍ଥିର ହୋଇଛି । ବୈଠକରେ ଜିଲ୍ଲା ସମ୍ପାଦକ ମଦନ ସାହୁ, କାର୍ଯ୍ୟକାରୀ ସଭାପତି ମନୋଜ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋହନ ବାଗ, କାର୍ଯ୍ୟାଳୟ ସମ୍ପାଦକ ମମତା ଶବର, ଦିଲ୍ଲୀପ କର, କେଶବରାମ ପୁଞ୍ଜି, ମିନେଶ ଧରୁଆ, ସରୋଜ ହୋତା, ପୂଜା ଅର୍ପିତା ଦାଶ, କ୍ଷେତ୍ର ନାଏକ, ହରିସିଂ ରାଜପୁତ, ଗୁପ୍ତେଶ୍ୱର ବେହେରା, ହିତେଶ ମେହେର, ବିକ୍ରମ ମାଝି, ବିଜୟଲକ୍ଷ୍ମୀ ଶବର, ଧନ୍ୱନ୍ତରୀ ଚଳାନ, ସୁରେନ୍ଦ୍ର ମେହେର, ସରୋଜ ଶବର, ଜ୍ୟୋସ୍ଟାମୟୀ ମଲ୍ଲିକ,ବିକ୍ରମ ହେଣ୍ଡା, ମୀନାକ୍ଷି ଦାସ, ଯଶୋବନ୍ତ ସୁନାନୀ,ଗୋକୁଲ ଜାନୀ, ମମତା ଶବର, ସୁରେନ୍ଦ୍ର ଶବର ପ୍ରମୁଖ ସଦସ୍ୟ ଯୋଗ ଦେଇ ମତ ଦେଇଥିଲେ । ରାଜ୍ୟରେ ତୃଣମୂଳସ୍ତରରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଉଥିବା ରାଜସ୍ୱ ଅମଳା ସଂଘକୁ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ହୋଇଛି ।
ଫୁଲବାଣୀ/ କନ୍ଧମାଳ,୪ା୮: ଜିଲ୍ଲା ରାଜସ୍ୱ ଅମଲା ସଂଘର ସାଧାରଣ ପରିଷଦ ବୈଠକ ସଭାପତି ଗଣେଶ ନାଏକ ଓ ଚେୟାରମେନ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସରକାର ଆମ ୯ଦଫା ନ୍ୟାର୍ଯ୍ୟ ଦାବି ପୂରଣ ନ କରୁଥିବାରୁ ଆସନ୍ତା ଅଗଷ୍ଟ ୧୧ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରିବୁ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଂଘର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲାର ଶତାଧିକ ରାଜସ୍ୱ ଅମଲା ଯୋଗ ଦେଇଥିଲେ । ବୈଠକକୁ ଜିଲ୍ଲା ସମ୍ପାଦକ ସୀମାଞ୍ଚଳ ପଣ୍ଡା ସଂଯୋଜନା କରିଥିବାବେଳେ ଉପସଭାପତି ରୂପମ୍ବିକା ତ୍ରିପାଠୀ ଧନ୍ୟବାଦ୍ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କେ. ଗୌତମ ରାଓ, କୋଷାଧ୍ୟକ୍ଷ ସୁନୀତ କୁମାର ଦଳବେହେରା, ଯୁଗ୍ମ ସମ୍ପାଦକ ନିଖିଲ ଚନ୍ଦ୍ର ସାହା, ସଂଗଠନ ସମ୍ପାଦକ ବିଶ୍ୱଜିତ ପଣ୍ଡା, କ୍ଷୀରାଦ୍ଦିତନୟା ଦିଗାଲ ଉପସ୍ଥିତ ଥିଲେ ।