କେନ୍ଦ୍ରୀୟ ବିଦ୍ୟାଳୟରେ ପରିଚାଳନା କମିଟି ବୈଠକ
ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟରେ ଦ୍ୱିତୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ । ଓଡ଼ିଆ ଶୁଦ୍ଧ ଲିଖନ, ଶୁଦ୍ଧ ପଠନ ଏବଂ ଶୁଦ୍ଧ ବଚନ ଉପରେ ପରିଚାଳନା ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମଧୁସୁଦନ ଦାସ ଗୁରୁତ୍ୱ ହେବାକୁ ଆହ୍ୱାନ କରିଛନ୍ତି । ବିଦ୍ୟାଳୟ ଅଧ୍ୟକ୍ଷ ସଂଜୀବ କୁମାର ସାହୁ ପୂର୍ବ ବୈଠକ ଆଲୋଚନା କରିଥିବା ବହୁ ଗୁରୁ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଅଛି । ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଆସନ୍ତା ଶିକ୍ଷା ବର୍ଷ ରୁ ଆରମ୍ଭ ନେଇ ନିଷ୍ପତ୍ତି ହୋଇଅଛି । ଆବଶ୍ୟକ ଥିବା ଅତିରିକ୍ତ ଶ୍ରେଣୀ ଗୃହ ଯୋଗାଣ କରିବା ନେଇ ପ୍ରତିଶୃତି ଦେଇଥିଲେ । ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ବିଷୟ ଅଧ୍ୟୟନ କରିବାକୁ ବୈଠକ ରେ ନିଷ୍ପତି ହୋଇଅଛି । ଜୁଲାଇ ୨୦୨୫ ସୁଦ୍ଧା କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଶେଷ, କାର୍ଯ୍ୟର ଅଗ୍ରଗତି ପାୱାର ପଏଣ୍ଟ ଉପସ୍ଥାପାନା ନେଇ ନିଦେ୍ଦଶ ଦେଇଥିଲେ ।ଅନ୍ୟ ଶ୍ରେଣୀ ପ୍ରତ୍ୟେକ ମାସ, ୧୦ ଶ୍ରେଣୀ ପ୍ରତ୍ୟେକ ସପ୍ତାହ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା । ବୈଠକରେ ପରିଚାଳନା କମିଟି ସଦସ୍ୟ ତପନ ରଞ୍ଜନ ଦାଶ, ବିନ୍ଦିଆ ଅଗ୍ରୱାଲ, ଆଦିତ୍ୟ ଯୋଷୀ, ଅରୁଣ ପାତ୍ର, ଓଏଭି ଅଧ୍ୟକ୍ଷ ସୁନୀଲ କୁମାର ସାହୁ ଯୋଗ ଦେଇଥିଲେ ।