ହତ୍ୟା ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ
ପୁରୀ : ବାଲିସାହି ହରିଜନ ବସ୍ତିର ଦୀପା ନାୟକଙ୍କ ସ୍ୱାମୀ ରାହୁଲ ନାୟକଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ଖଣ୍ଡାରେ ଆକ୍ରମଣ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ସମୁଦ୍ରକୂଳ ଥାନା ବାଲିସାହି ହରିଜନ ବସ୍ତିର ତାରିଣୀ ନାୟକଙ୍କ ପୁଅ ପ୍ରତୀକ ନାୟକ ଓରଫ ପତି (୧୮)କୁ ଗିରଫ କରି କୋର୍ଟଚାଲାଣ କରିଛି । ଦୀପା ନାୟକ ଅଭିଯୋଗ କରିଥିଲେ ଯେ ଏହି ଆକ୍ରମଣ ଫଳରେ ତାଙ୍କ ସ୍ୱାମୀଙ୍କ ଶରୀରରୁ ରକ୍ତ ଶ୍ରାବ ହୋଇଥିଲା । ପ୍ରତୀକ ନାୟକ ତାଙ୍କ ସ୍ୱାମୀଙ୍କୁ ହତ୍ୟା ପାଇଁ ଉଦ୍ୟମ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଦୀପା ନାୟକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ପ୍ରତୀକକୁ ଗିରଫ କରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇଛି । ଅଭିଯୁକ୍ତ ଠାରୁ ଗୋଟିଏ ଖଣ୍ଡା ଜବତ କରାଯାଇଛି । ସବ୍ଇନ୍ସପେକ୍ଟର ସ୍ମୃତିପ୍ରଜ୍ଞା ବେହେରା ଏହି ମାମଲାର ତଦନ୍ତ ଦାୟିତ୍ୱରେ ଅଛନ୍ତି ।