୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ 

୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ 

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିବା ସମୟରେ ସମସ୍ତ କରଦାତାଙ୍କ ଲାଭ ପାଇଁ ଟିକସ ସ୍ଲାବ୍ ଏବଂ ହାରରେ ବ୍ୟାପକ ପରିବର୍ତ୍ତନ ଉପରେ ପ୍ରସ୍ତାବ ଦେଇଥିଲେ । କରଦାତାଙ୍କୁ ଖୁସି ଖବର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ‘ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ; ଅର୍ଥାତ୍ ମାସିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ । ସେହିପରି ଯଦି ଜଣେ ବେତନଭୋଗୀ ୧୨.୭୫ଲକ୍ଷ ଟଙ୍କା ବାର୍ଷିକ ଆୟ କରୁଥିବେ, ତେବେ ୧୨ଲକ୍ଷକୁ ବାଦ ଦେଇ କେବଳ ୭୫ ହଜାର ଟଙ୍କା ଉପରେ ସେ ନିଜର ଆୟକର ଦେବାକୁ ଧାର୍ଯ୍ୟ କରାଯାଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, "ନୂତନ ଟିକସ ଢାଞ୍ଚା ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଟିକସ ବୋଝକୁ ଯଥେଷ୍ଟ ହ୍ରାସ କରିବ ଏବଂ ସେମାନଙ୍କ ହାତରେ ଅଧିକ ଟଙ୍କା ଦେବ, ଯାହା ଦ୍ୱାରା ଘରୋଇ ବ୍ୟବହାର, ସଞ୍ଚୟ ଏବଂ ନିବେଶ ବୃଦ୍ଧି ପାଇବ ।’ ନୂତନ ଟିକସ ବ୍ୟବସ୍ଥା ଅଧୀନରେ, ଅର୍ଥମନ୍ତ୍ରୀ ଟିକସ ହାର ଗଠନରେ ଦେଇଥିବା ପ୍ରସ୍ତାବ ଗୁଡ଼ିକ ଉପରୋକ୍ତ ସାରଣୀରେ ପ୍ରକାଶ କରାଯାଇଛି ।
ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଟିକସ ବ୍ୟବସ୍ଥାରେ ସଂସ୍କାରକୁ ଗୁରୁତ୍ୱ ଦିଆଯାଇଛି । ଏହାସହ ଅର୍ଥମନ୍ତ୍ରୀ କହିଥିଲେ ଯେ ନୂତନ ଆୟକର ବିଲ୍ ‘ନ୍ୟାୟ' ସମସ୍ତଙ୍କ ପାଇଁ ସହଯୋଗୀ ହେବ । ନୂତନ ବ୍ୟବସ୍ଥା କରଦାତା ଏବଂ ଟିକସ ପ୍ରଶାସନ ପାଇଁ ବୁଝିବା ସହଜ ହେବ ଯାହା ଟିକସ ନିଶ୍ଚିତତା ବୃଦ୍ଧି କରିବ ।