ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବନ୍ତ : ଭଦ୍ରକ କରାନ୍ଦିଆ ପଞ୍ଚାୟତ ଚେଙ୍ଗଗଢିଆ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଜଗନ୍ନାଥ ନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭା ଶିକ୍ଷାବିତ୍ ଶ୍ରୀନିବାସ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ଭଦ୍ରକ ଗୋଷ୍ଠୀ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ମୁଖ୍ୟବକ୍ତା ଭାବେ ସୁରେନ୍ଦ୍ର ମଲ୍ଲିକ, ସମ୍ମାନିତ ଅତିଥି ନାରାୟଣ ମଲ୍ଲିକ, ନିରଞ୍ଜନ ଜେନା, ହରିନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସରକାରୀ ବୟସସୀମା ଅନୁଯାୟୀ ଚାକିରିରୁ ଅବସର ମିଳିଥାଏ କିନ୍ତୁ ଶିକ୍ଷକ କେବେ ଶିକ୍ଷାରୁ ଅବସର ନେଇନଥାଏ ବୋଲି ସୁରେନ୍ଦ୍ର ମଲ୍ଲିକ କହିଥିଲେ । ଜଗନ୍ନାଥ ନାୟକ ଜଣେ ଭଲ ଶିକ୍ଷକ ଏବଂ ଛାତ୍ର ବତ୍ସଳ ଥିଲେ ବୋଲି ସେ କହିଥିଲେ । ଏଥିରେ ଚାରିଘରିଆ ଉପ୍ରା ସ୍କୁଲର ଶିକ୍ଷକ ଗୟାଧର ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମିତାରାଣୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ପ୍ରଧାନଶିକ୍ଷକ ଜଗନ୍ନାଥ ନାୟକଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସଭା ପରିଚାଳନାରେ ଶକୁନ୍ତଳା ବାରିକ, ଅନିମାଲତା ବରାଳ, ଶରତ ପଢ଼ିଆରି, ହୃଷିକେଶ ଖୁଣ୍ଟିଆ, ଟିକନ ସ୍ୱାଇଁ, ପ୍ରଦୀପ ପଢ଼ିଆରି, ଅନନ୍ତ ପଡିଆରୀ, ମାମାଲି ବାରିକ, ରାଜକିଶୋର ରାଉତ, ତୁଳସୀ ମୁଣ୍ଡା, ରଞ୍ଜୁଲତା ପଢିଆରୀ, ଉର୍ମିଳା ପଢ଼ିଆରୀ, ବିନୋଦ ବରାଳ, ପଦ୍ମିନୀ ନାୟକ, ଜୟଶ୍ରୀ ଧଳଙ୍କ ସମେତ ସମସ୍ତ ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।