୧୬ରୁ ଲୋକମେଳା ଓ କୃଷିମେଳା
ପୁରୀ: ଚଳିତ ବର୍ଷ ଆସନ୍ତା ୧୬ ତାରିଖ ଠାରୁ ୨୩ତମ ଲୋକମେଳା ଓ ୧୬ତମ କୃଷିମେଳା ସ୍ଥାନୀୟ ସ୍ୱର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଜାତୀୟ ସ୍ତରୀୟ ଆଦିବାସୀ/ଲୋକଗୀତ ନୃତ୍ୟ ମହୋସôବ ଓ ଜାତୀୟ କୃଷି ପ୍ରଦର୍ଶନୀ ୫ଦିନ ବ୍ୟାପି ଅନୁଷ୍ଠିତ ହେବ । ଏଥିରେ ନାଗାଲ୍ୟାଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର, ସିକିମ୍, ତ୍ରିପୁରା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ରାଜସ୍ଥାନ, ଗୁଜରାଟ, ହରିଆଣା, ପଞ୍ଜାବ, ଓଡ଼ିଶା ଏବଂ ଏଥିସହିତ ଅନ୍ୟ ୧୦ଟି ରାଜ୍ୟରୁ ପ୍ରାୟ ୪୬୦ କଳାକାର ପୁରୀ ଆସି ସେମାନଙ୍କ ରାଜ୍ୟର ଲୋକଗୀତ ଓ ନୃତ୍ୟ ପ୍ରଦର୍ଶନ କରିବେ ବୋଲି ଆୟୋଜକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ସୂଚନା ଦିଆଯାଇଛି । ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ ଓ ସାଧାରଣ ସଂପାଦକ ରାଜେଶ କୁମାର ମହାନ୍ତି ମହୋସôବ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଥିଲେ ଯେ ଉଦ୍ଘାଟନୀ ଉସôବରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୁରୀର ସାଂସଦ ଡ଼. ସମ୍ବିତ ପାତ୍ର, ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟସଭା ସଦସ୍ୟ ସୁଜିତ୍ କୁମାର, ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟଦିନ ମାନଙ୍କରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମସô୍ୟ ଓ ପଶୁସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ହସ୍ତତନ୍ତ ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପବଳ ସାମନ୍ତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଯୋଗଦାନ କରିବେ । ଚଳିତ ବର୍ଷ ଜାତୀୟ ମସô୍ୟ ଉନ୍ନୟନ ବୋର୍ଡ଼ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼. ବିଜୟ କୁମାର ବେହେରାଙ୍କୁ ଶ୍ରୀକ୍ଷେତ୍ର ସମ୍ମାନରେ ସମ୍ମାନିତ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ଏଥିସହିତ ଏକ ଜାତୀୟ ସ୍ତରୀୟ କୃଷି ମେଳା ଅନୁଷ୍ଠିତ ହେବ । ଚଳିତ ବର୍ଷ କୃଷି ମେଳାରେ ଓଡ଼ିଶା ୟୁନିଭର୍ସିଟି ଏଗ୍ରିକଲ୍ଚର ଟେକ୍ନୋଲୋଜି, ଜାତୀୟ ମସô୍ୟ ଉନ୍ନୟନ ବୋର୍ଡ଼, ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ମହିଳା କୃଷି ଅନୁଷ୍ଠାନ, ନାବାର୍ଡ଼, ମୃତ୍ତିକା ସଂରକ୍ଷଣ ବିଭାଗ,ସିଫା, ଛତିଶଗଡ଼ର ଉଦ୍ୟାନ ବିଭାଗ, ଜାତୀୟ ଔଷଧୀୟ ଉଦ୍ଭିଦ ବୋର୍ଡ଼, ଭାରତ ସରକାରଙ୍କ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ, ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ, ଜାତୀୟ ଚା ବୋର୍ଡ଼ ଓ ପୁରୀର ମୁଖ୍ୟ ଜିଲ୍ଳା କୃଷି କାର୍ଯ୍ୟାଳୟ ଅଂଶଗ୍ରହଣ କରିବେ ।