କୁଢ କୁଢ ଅଳିଆରେ ପୁରିଛି ଲକ୍ଷ୍ମୀ ବଜାର

 କାଳିଆପାଣି: ଓଡିଶା ଖଣି ନିଗମ ଅଧିନ କାଳିଆପାଣି ଟାଉନସିପ ଲକ୍ଷ୍ମ୍ମୀ ବଜାର ଅଳିଆକୁଣ୍ଡ ପାଲଟିଛି । ଏଠାରେ ଏବେ କୁଢ଼କୁଢ଼ ଅଳିଆ ପଡିଥିବାର ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ବଜାର ଭିତର ପରିବେଶଟି ସମ୍ପୂର୍ଣ ସନ୍ତସନ୍ତିଆ ହୋଇଯାଇଛି । ତା'ଉପରେ ଦୋକାନ ଗୁଡିକର ଅଳିଆ ଗୁଡିକ ପଚିଷଡ ଦୁର୍ଗନ୍ଧ ଛାଡ଼ୁଛି । ଏମିତିରେ ଡାଇରିଆ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଥିଲେ ସୁଦ୍ଧା ନା ଦୋକାନୀ ମାନେ ଏଥିପାଇଁ ସଚେତନ ଅଛନ୍ତି ନା ଖଣି ନିଗମ । ଏଠାରେ ସ୍ୱଚ୍ଛ ଭାରତ ଅଭିଯାନକୁ ଉପହାସ କରୁଥିବା ଭଳି ପରିସ୍ଥିତି ଦେଖାଦେଇଛି ।