ରେଳ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ
ବାଲେଶ୍ୱର : ବାଲେଶ୍ୱର ଅବସରପ୍ରାପ୍ତ ରେଳ କର୍ମଚାରୀ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ବାଲେଶ୍ୱର ଷ୍ଟେସନ କ୍ଲବ୍ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ରମେଶ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ । ସଂଘର ସର୍ବଭାରତୀୟ ଅବସରପ୍ରାପ୍ତ ରେଳ କର୍ମଚାରୀ ଫେଡେରେସନ୍ର ସଭାପତି ଡକ୍ଟର ସଂଗ୍ରାମ ଶୀଧର ମୁଖ୍ୟଅତିଥି ଭାବେ ସମ୍ମିଳନୀ ଉଦ୍ଘାଟନ କରି ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କର ବିଭିନ୍ନ ସମସ୍ୟା ତଥା ତା’ର ଦୂରୀକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ରେଳ ପଦାଧିକାରୀ ଡକ୍ଟର କୃଷ୍ଣଚନ୍ଦ୍ର ବଳ, ପୂର୍ବ ରେଳପଥ ସଂଘର ସଭାପତି ଶୁକଦେବ ପ୍ରସାଦ, ସମ୍ପାଦକ ଅନିଲ କୁମାର ମଣ୍ଡଳ ତଥା କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ଚକ୍ରବର୍ତ୍ତୀ, ସଂଘର ସମ୍ପାଦକ ରାମଚନ୍ଦ୍ର ଦାସ, ଚତୁର୍ଭୁଜ ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଲିମ୍ ରାଜା ପରିଚାଳନା କରିଥିବାବେଳେ ସତ୍ୟରଞ୍ଜନ ରାଉତ, ଅକ୍ଷୟ କୁମାର ପଣ୍ଡା, ସୁକୁମାର ବେହେରା, ଦେବୀପ୍ରସାଦ ନାୟକ, ଗଗନ ଚନ୍ଦ୍ର ଦଳାଇ, ନୀଳକଣ୍ଠ ଦାସ, ଦେବାଶୀଷ ଦାସ, ରବୀନ୍ଦ୍ରନାଥ ତି୍ରପାଠୀ, ଗିରିଧାରୀ ବିନ୍ଧାଣୀ, ପ୍ରଫୁଲ୍ଲ ସେଠୀ, ବଙ୍କିମ ଚନ୍ଦ୍ର ପତି, ଅଶୋକ ମହାତୋ, ଅନିଲ କୁମାର ଦାସ, ସୁରେନ୍ଦ୍ର ସାମଲ, କୈଳାସ ଚନ୍ଦ୍ର ଖିଲାର, ପଦ୍ମନାଭ ସାମଲ, ଉମାକାନ୍ତ ଦାସ, ହରେକୃଷ୍ଣ ବେହେରା, ବିଜୟ କୁମାର ସେନାପତି, ଅଜୟ କୁମାର ରାଉଳ, ପ୍ରମୋଦ ଚନ୍ଦ୍ର ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କମଳାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।