ରୋଗୀ କଲ୍ୟାଣ ସମିତି ବୈଠକ
ାା ପ୍ରଭାନୁ୍ୟଜ ।ା ବାଙ୍କୀ: ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ସଭାଗୃହରେ ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଙ୍କୀର ବିଧାୟକ ତଥା ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ଦେବୀରଞ୍ଜନ ତ୍ରିପାଠୀ ସଭାପତିତ୍ୱ କରିବା ସହ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦେବା ସହିତ ୨୪ଘଣ୍ଟା କିପରି ଜନସାଧାରଣ ସେବା ପାଇପାରିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ବିଧାୟକ ଶ୍ରୀ ତି୍ରପାଠୀ ଡାକ୍ତରମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ପ·ରି ବୁଝିଥିଲେ ଏବଂ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ । ଶବ ରଖିବା ପାଇଁ ୨ଟି ଶବସଂରକ୍ଷଣ ମେସିନ୍ ଯୋଗାଇ ଦେବା ପାଇଁ ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା । ଶବବ୍ୟବଚ୍ଛେଦ ଗୃହର ଚାରିପଟେ ପାଚେରୀ ସହ ଘରଟିକୁ ପୁନଃ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା ଏବଂ ଏଥିରେ ବିଦୁ୍ୟତ୍ ସଂଯୋଗ ସହ ପାନୀୟ ଜଳ ଯୋଗାଣ ପାଇଁ ବିଧାୟକ ନିଦେ୍ର୍ଦଶ ଦେଇଥିଲେ । ଡାକ୍ତର ଏବଂ କର୍ମ·ରୀମାନଙ୍କ ପାଇଁ ବାସଗୃହ, ଥଣ୍ଡାପାନୀୟ ଜଳ ଯୋଗାଣ, ବର୍ଜ୍ୟବସ୍ତୁ ସଠିକ୍ ପରିଚାଳନା, ଚିକିତ୍ସାଳୟ ପରିସରରେ ଉଚ୍ଚଶକ୍ତିସମ୍ପନ୍ନ ବିଦୁ୍ୟତ୍ ଆଲୋକୀକରଣ ଏବଂ କଟକ ଲୋକସଭା ସାଂସଦଙ୍କ ଦ୍ୱାରା ପ୍ରଦତ୍ତ ମହାପ୍ରୟାଣ ଗାଡିକୁ କାର୍ଯ୍ୟକ୍ଷମ କରିବା ସଂପର୍କରେ ବିଷଦ ଭାବରେ ଆଲୋଚନା ହୋଇଥିଲା । ପ୍ରସବ କକ୍ଷ, ଅପରେସନ୍ ଥିଏଟର୍, ସଭାଗୃହରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଲଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରସବ କକ୍ଷରେ ୨୪ଘଣ୍ଟିଆ ବିଦୁ୍ୟତ୍ ଯୋଗାଣ ପାଇଁ ଇନ୍ଭରଟର୍ ସ୍ଥାପନ ଏବଂ ଅପରେସନ୍ ଥିଏଟରେ ଉଚ୍ଚଶକ୍ତିସମ୍ପନ୍ନ ଉଜ୍ଜ୍ୱଳ ଆଲୋକିକରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ବନବାସୀ ବେହେରା ଉପଖଣ୍ଡଚିକିତ୍ସାଳୟର ସମସ୍ତ ସମସ୍ୟା ସଂପର୍କରେ ବୈଠକରେ ଉପସ୍ଥାପନ କରିଥିଲେ । ଏନ୍ଏସି ଅଧ୍ୟକ୍ଷା ମାଣିକ ସାହୁ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ୍, ଉପନଗରପାଳ ତଥା ରୋଗୀକଲ୍ୟାଣ ସମିତି ସଭ୍ୟ ସନ୍ତୋଷ କୁମାର ରଣା, ସମରେନ୍ଦ୍ର ମହାପାତ୍ର, ସୁରଞ୍ଜନ ପଣ୍ଡା, ପଠାଣୀ ବେହେରା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ସବିତା ସୋରେନ୍, ବିଦୁ୍ୟତ୍ ବିଭାଗର ଯନ୍ତ୍ରୀ ତପନ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଏନ୍ଏସି କର୍ମଚାରୀ ରୁଦ୍ର ନାରାୟଣ ପତି, ସହକାରୀ ଜିଲ୍ଲାପାଳ ଧନଞ୍ଜୟ କିଷାନ, ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟଅଧିକାରୀ ଅଧିକାରୀ ପୁଷ୍ପଲତା ମହାପାତ୍ର, ବିଦୁ୍ୟତ୍ ବିଭାଗ ସହକାରୀ ଯନ୍ତ୍ରୀ ସୋ÷ମ୍ୟରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ଚିକିତ୍ସାଳୟର ପରିଚାଳକ ଶଶିକାନ୍ତ ମିଶ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।