କାଳିଆ ଓ କଙ୍କା ମାଝୀଙ୍କ ସହିଦ ଦିବସ
ବେତନଟୀ : ବେତନଟୀ ବ୍ଲକ ଅନ୍ତର୍ଗତ ରେଣୁଗାଁରେ ସହିଦ କାଳିଆ ମହାନ୍ତ ଯୁବକ ସଂଘ ତରଫରୁ ସହିଦ କାଳିଆ ମହାନ୍ତ ଓ ସହିଦ କଙ୍କା ମାଝୀଙ୍କ ୧୦୯ ତମ ବଳିଦାନ ଦିବସକୁ ସହିଦ ଦିବସ ଭାବରେ ପାଳନ କରାଯାଇଛି । ବେତନଟୀ ବ୍ଲକ ସାମ୍ବାଦିକ ସଂଘର ଉପସଭାପତି ଗତିକୃଷ୍ଣ ମହାନ୍ତଙ୍କର ସଭାପତିତ୍ୱରେ ଅନୁଷ୍ଠିତ ସହିଦ ଦିବସ ପାଳନ ଉସôବରେ ମୁଖ୍ୟଅତିଥି ଭାବରେ ସମାଜସେବୀ ଭକ୍ତହରି ମୁର୍ମୁ, ମୁଖ୍ୟବକ୍ତା ଭାବରେ ସମାଜସେବୀ ଉମାକାନ୍ତ ମହାନ୍ତ, ସମ୍ମାନିତ ଅତିଥି ଭାବରେ ବାଳକୃଷ୍ଣ ଟୁଡୁ, କାଳିଆ ମହାନ୍ତଙ୍କ ଦାୟାଦ କୃପାସିନ୍ଧୁ ମହାନ୍ତ ପ୍ରମୁଖ ଯୋଗଦାନ କରି ସହିଦ କାଳିଆ ମହାନ୍ତ ଓ କଙ୍କା ମାଝୀଙ୍କର ସ୍ମୃତିଚାରଣ କରିଥିଲେ । ସଂଘର ସଭାପତି ଧର୍ମେନ୍ଦ୍ର ମହାନ୍ତ, ସମ୍ପାଦକ ତ୍ରିନାଥ ମହାନ୍ତ, କୋଷାଧ୍ୟକ୍ଷ ସଞ୍ଜିତ ମହାନ୍ତ, ସଦସ୍ୟ କିଶୋର ବିନ୍ଧାଣୀ, ଦାମୋଦର ମହାନ୍ତ ଓ ଜୟକୃଷ୍ଣ ମହାନ୍ତ ପ୍ରମୁଖ ସହିଦଙ୍କ ସ୍ମୃତିଚାରଣ କରିବା ସହିତ ବିଭିନ୍ନ କାର୍ଯ୍ୟ ପରିଚାଳନା କରିଥିଲେ ।