ମଦ, ଗଞ୍ଜେଇକୁ ବଳିଗଲାଣି ବ୍ରାଉନସୁଗାର କାରବାର 


ାା ପ୍ରଭାନୁ୍ୟଜ ।ା ଦାନଗଦୀ : କଳିଙ୍ଗନଗର ଶିଳ୍ପ ନଗରୀର ମାନ୍ୟତା ପାଇବା ପରେ ରାଜ୍ୟ ବାହାରୁ କେତେ ଲୋକ ଆସି ଏଠାରେ ରହି କେତେ ପ୍ରକାର ଚୋରା ବେପାର କରୁଛନ୍ତି ତାର ହିସାବ ନାହିଁ । ଗାଁ ଗହଳିର ଯୁବକ ଏହି ନିଶା କବଳରେ ପଡି ନିଜର ଭବିଷ୍ୟତ ଅନ୍ଧାର କରୁଛନ୍ତି । ଯାହା ତ ମଦ, ଗଞ୍ଜେଇ ଖାଇ ଗାଁ ପରିବେଶ ଖରାପ କରୁଥିଲେ ବର୍ତ୍ତମାନ ତା ଠାରୁ ବଳିଗଲାଣି ବ୍ରାଉନ ସୁଗାର କାରବାର । କୋଟିପତି ହେବା ନିଶାରେ କିଛି ଯୁବକ ବାଲେଶ୍ୱର, ଭଦ୍ରକ ଯାଏ ନେଟୱାର୍କ ଲଗାଇ ଗାଁ ଗହଳିରେ ଯୁବକ ମାନଙ୍କୁ ବିକ୍ରି କରିବା ଆରମ୍ଭ କଲେଣି । ଶିଳ୍ପାଞ୍ଚଳର ଚାରିପାଖରେ ଥିବା ପଞ୍ଚାୟତ ଗୁଡିକରେ ଏବଂ ବାହାର ଜିଲ୍ଲା ରାଜ୍ୟରୁ ଆସି ହଟିଙ୍ଗ ରହୁଥିବା ଅଞ୍ଚଳରେ ଚୋରାରେ ବିକ୍ରି ଚାଲିଛି ଏହି ବ୍ରାଉନ ସୁଗାର ବେପାର । ବେପାର କରୁଥିବା ଗ୍ୟାଙ୍ଗର ଯୁବକ ବିଭିନ୍ନ ଚୋରୀ ଡକାୟତି, ନାରୀ କାମରେ ମଧ୍ୟ ଲିପ୍ତ ରହୁଛନ୍ତି । ବାହାର ରାଜ୍ୟର ଓ ଜିଲ୍ଲାର ଗ୍ୟାଙ୍ଗ ମାନଙ୍କ ସହ ମିଶି ବିନା ପରିଶ୍ରରେ ଅଳ୍ପ ଦିନରେ ବଡ଼ ଲୋକ ହେବାର ନିଶା କିଛି ଯୁବକ ମାନଙ୍କ ମନରେ ଘାରିଛି । ଦେଶୀ ବିଦେଶୀ ମଦ, ଗଞ୍ଜେଇ ତ କଳିଙ୍ଗନଗର ଶିଳ୍ପାଞ୍ଚଳ ଚାରିପାଖରେ ଥିବା ଗାଁ ଗୁଡିକର ଗ୍ରୋସରୀ ଦୋକାନ, ପାନ ଦୋକାନ, ଜଳଖିଆ ଦୋକାନରେ ଦିନ ଦି ପ୍ରହରରେ ମିଳୁଛି । ଯାହା ବୁଦ୍ଧିଜୀବୀ ମାନଙ୍କର ଚିନ୍ତାର ବିଷୟ ହେଲାଣି ।  ସଞ୍ଜ ନଇଁଲେ ଗାଁ ଗହଳିରେ ଥିବା ଖୋଲା ପଡିଆ, ନିକାଞ୍ଚନ ସ୍ଥାନରେ ଏପରି ଅସାମାଜିକ ଯୁବକ ମାନଙ୍କର ଭିଡ଼ ଲାଗିଯାଉଛି । ଏପରି ନିଶାଦ୍ରବ୍ୟ ବିକ୍ରି ବଢିବା ଫଳରେ ରାସ୍ତାଘାଟରେ ଦୁର୍ଘଟଣା ମାନ ବଢିବାରେ ଲାଗିଛି । ଫଳରେ ଗାଁ ଗାଁ ରେ ଭାଇଚାରା ନଷ୍ଟ ହେଉଛି । ଏସବୁ ନିଶା ଦ୍ରବ୍ୟ ଚୋରା ବେପାରକୁ ଅବକାରୀ ବିଭାଗ, ପୁଲିସ ଯଦି ରୋକିବାକୁ ଚେଷ୍ଟା ନ କରନ୍ତି ତେବେ କଳିଙ୍ଗନଗର ଅଞ୍ଚଳରେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଏଥିରେ  ସନେ୍ଦହ ନାହିଁ ।