୧.୭୯ ଲକ୍ଷରୁ ଊଦ୍ଧ୍ୱର୍ ଚାରା ଯୋଗାଇବ ବନ ବିଭାଗ
ବୁଗୁଡ଼ା : ଚଳିତ ବର୍ଷ ବୁଗୁଡ଼ା ବନ ବିଭାଗ ପକ୍ଷରୁ ୧ ଲକ୍ଷ ୭୯ ହଜାର ୭୯୦ ଚାରା ଯୋଗାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ମନରେଗା ଯୋଜନାରେ ୧ ଲକ୍ଷ ୪୦ ହଜାର ଚାରା, ଆଇଜିସି ଏବଂ ଜିଏମଏମ ଉଭୟ ଯୋଜନାରେ ୩୯ ହଜାର ୭୯୦ ଚାରା ଯୋଗାଣର ବ୍ୟବସ୍ଥା ରହିଛି । ଏଥିନିମନ୍ତେ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ସମେତ ଶୁଳିଆପଲ୍ଲୀ, ଠଣାପଲ୍ଲୀ, କଦମ୍ବମଠ, ବାଘୁଆ, କୁମୁଣ୍ଡା, କଣ୍ଟାବଣି, ମାଣିତରା ଆଦି ସ୍ଥାନରେ ନର୍ସରୀ କରାଯାଇଛି । ଉକ୍ତ ନର୍ସରୀ ଗୁଡିକରେ ଶାଗୁଆନ, କାଜୁ, ଅଅଁଳା, ଚନ୍ଦନ, ନିମ୍ବ, ଅମୃତ ଭଣ୍ଡା, ସଜନା, ରକ୍ତ ଚନ୍ଦନ, ପିଜୁଳି, ବାଉଁଶ ସମେତ ଅନ୍ୟ ପ୍ରକାରର ଚାରା ମଧ୍ୟ ଉପଲବ୍ଧ ରହିଛି । ଜୁଲାଇ ପହିଲାରୁ ଚାରା ଯୋଗାଣର ଶୁଭାରମ୍ଭ ହେବାକୁ ଥିବାବେଳେ ଯେକୌଣସି ଅନୁଷ୍ଠାନ ବ୍ୟତୀତ ଅନ୍ୟମାନଙ୍କୁ ପ୍ରତି ଚାରା ଏକ ଟଙ୍କା ଦରରେ ବିକ୍ରି କରାଯିବାର ବ୍ୟବସ୍ଥା ରହିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।