ବସରୁ ଖସି ଯୁବକ ମୃତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ବୁଧବାର ଏକ ଯାତ୍ରୀବାହୀ ବସରେ ଜଣେ ଯୁବକ ଚଢୁଥିବା ବେଳେ ଅସାବଧାନତା ବଶତଃ ଖସିପଡିଥିଲେ । ବସର ପଛ ଚକା ଯୁବକଙ୍କ ଡାହାଣ ଗୋଡ ଉପରେ ମାଡିଯାଇ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ହେଲେ ଧରାକୋଟ ଥାନା ଜଗନ୍ନାଥପୁର ଶାସନ ଗ୍ରାମର ସୂର୍ଯ୍ୟ ନାରାୟଣ ମୁନି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିସôାଧିନ ସମୟରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଯୁବକଙ୍କ ମୃତୁ୍ୟ ଘଟିଛି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ସଂପୃକ୍ତ ଥିବା ଯାତ୍ରୀବାହୀ ବସକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
