୧୯୯୯ ମାଟ୍ରିକ ବ୍ୟାଚ ବନ୍ଧୁମିଳନ

 ପାଣିକୋଇଲି: ନାଥସାହିସ୍ଥିତ ପଂଚାୟତ ହାଇସ୍କୁଲର ୧୯୯୯ ବ୍ୟାଚର ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଚର ସମସ୍ତ ଛାତ୍ର/ଛାତ୍ରୀ ମାନେ ଉପସ୍ଥିତ ରହି ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ପ୍ରଥମେ ଗୁରୁପୂଜନ କରିଥିଲେ । ପରେ ନିଜ ନିଜ ମଧ୍ୟରେ ଅତୀତ ଓ ବର୍ତମାନର ସ୍ମୃତି ସାଉଁଟିଥିଲେ । କାର୍ଯ୍ୟକ୍ରମ ପରିଚାଳନା ଓ ଆଲୋଚନାରେ ରଶ୍ମୀରଂଜନ ସାହୁ, ବୃନ୍ଦାବନ ଦାସ, ଅଜିତ ଦାସ, ଅରୁଣ ସାହୁ ସୁବାସ ବେହେରା, ଶ୍ରୀନିବାସ ସିଂହ, ଜିତେନ୍ଦ୍ର ମହାାପତ୍ର, ଧିରେନ୍ଦ୍ର ବିତି, କିଶୋର ଚନ୍ଦ୍ର ଓଝା, ପ୍ରଜ୍ଞାପରାମିତା ରାୟ, ସ୍ୱର୍ଣ୍ଣଲତା ପରିଡା, ଲକ୍ଷ୍ମୀଦାସ, ମୋନାଲିସା ପଣ୍ଡା, ଶ୍ରୀଧର ଜେନା, ନାରାୟଣ ସାହୁ,  ସୁରଥ ବେହେରା, ମମତା ସେନାପତି, ଅଂଜଳୀ ସେନାପତି  ଚିନ୍ମୟୀ ସାହୁ, ଲିପିକା ସାହୁ, ଟୁନୁଲତା ଗୁଇଁ, କିଶୋର ଦାସ, ବିଶ୍ୱଜିତ ବ୍ରହ୍ମା, ନିରୁପମା ଗୁଇଁ ପ୍ରମୁଖ ଭାଗ ନେଇଥିଲେ ।