ବୃଦ୍ଧାଙ୍କୁ କୋର୍ଟ ଚାଲାଣ : ବ୍ରହ୍ମବରଦା ଆଇଆଇସିଙ୍କ ନାମରେ ଅଭିଯୋଗ
ବ୍ରହ୍ମବରଦା : ଗୁରୁବାର ବ୍ରହ୍ମବରଦା ଥାନା ଅଧିନ ରୁଦ୍ରପୁର ପଞ୍ଚାୟତର ଜଣେ ୮୧ ବର୍ଷିୟା ବୃଦ୍ଧାଙ୍କୁ ଖାଇବା ଥାଳି ନିକଟରୁ ପୁଲିସ ଉଠାଇ ନେଇ ମାଡ ମାରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରି କୋର୍ଟ ଚାଲାଣ କରିବା ଘଟଣାକୁ ନେଇ ଆଇଆଇସିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଜ୍ୱାଇଁ ବାଲିଚନ୍ଦ୍ରପୁର ଥାନା ବଣିଆରୀ ଗ୍ରାମର ରାକେଶ ରାୟ (୪୦)। ଶ୍ରୀ ରାୟ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି ରୁଦ୍ରପୁର ପଞ୍ଚାୟତ ସେହି ଗ୍ରାମର ସ୍ୱର୍ଗତ ହୃଷିକେଶ ସାହୁଙ୍କ ପତ୍ନୀ ତଥା ତାଙ୍କ ଶାଶୁ ସୁକାନ୍ତି ଗୁରୁବାର ମଧ୍ୟାହ୍ନ ସମୟରେ ଖାଇ ବସିଥିବା ବେଳେ ଥାନା ଅଧିକାରୀ ଜୟନ୍ତି ମଲ୍ଲିକ ଓ ତାଙ୍କର ୪/୫ ଜଣ ସହଯୋଗୀ ପୁଲିସ ହଠାତ ଘରେ ପସି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜୋରଜବରଦସ୍ତ ଥାନାକୁ ଉଠାଇ ଆଣି କୋର୍ଟଚାଲାଣ କରିଥିଲେ । ତା ସହିତ ବୃଦ୍ଧାଙ୍କ ଘରେ କେହି ନଥିବା ବେଳେ ପୁଲିସ ଘରେ ତାଲା ପକାଇ ମୋବାଇଲ ନେଇ ଯାଇଥିଲେ । ଅଭିଯୋଗ ସଂପର୍କରେ ଆଇଆଇସି ଜୟନ୍ତୀ ମଲ୍ଲିକଙ୍କୁ ପଚାରିବାରୁ ମୋ’ଅଥରଟ୍ଙ୍କ ଠାରୁ ଏବିଷୟରେ ପଚାରି ବୁଝି ନେବାକୁ ଉତର ରଖିଥିଲେ ।
ସୂଚନାଥାଉକି ଗତ ୧୯ତାରିଖ ରବିବାର ସେହି ଗ୍ରାମର ମଣିନାଥ ସାହୁଙ୍କ ପତ୍ନୀ ସୁମିତ୍ରା ଉକ୍ତ ବୃଦ୍ଧା ସୁକାନ୍ତି ଓ ତାଙ୍କ ଦୁଇ ପୁଅଙ୍କ ନାମରେ ଏକ ଘରୋଇ କଳିକୁ ନେଇ ଏତଲା କରିଥିଲେ । ବ୍ରହ୍ମବରଦା ପୁଲିସ କେସ ନଂ-୨୪୬/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରି ବୃଦ୍ଧାଙ୍କୁ ଗିରଫ କରିଥିଲା ।