୨ କୋଟିର ସହାୟତା ରାଶି ଦାବି କଲା ବିଜେଡି : ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲା

୨ କୋଟିର ସହାୟତା ରାଶି ଦାବି କଲା ବିଜେଡି : ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲା

ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ସାରା ରାଜ୍ୟର ରାଜନୀତି । ଏହାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ବିଧାୟକ ବ୍ୟମୋକେଶ ରାୟ କହିଛନ୍ତି କି, ଆଜି ଓଡ଼ିଶା  ସ୍ତବ୍ଧ । ଫକୀରମୋହନ କଲେଜର ଜଣେ ଛାତ୍ରୀ ସମସ୍ତଙ୍କୁ ନିବେଦନ କରିବା ପରେ ମଧ୍ୟ ନ୍ୟାୟ ପାଇଲେ ନାହିଁ । ଓଡ଼ିଶାରେ ଅରଜାକତା ଚାଲିଛି । ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯାଇ କି ଜନ ଶୁଣାଣି କରୁଥିବା ବେଳେ ଜଣେ ଝିଅ ବାରମ୍ବାର ଗୁହାରି କରିବା ପରେ ବି ତାଙ୍କ ଅସୁବିଧାକୁ କର୍ଣ୍ଣପାତ କଲେ ନାହିଁ । ଗତକାଲି ରାତି ଅଧରେ  ମୃତ ସୌମ୍ୟାଶ୍ରୀଙ୍କ ଶବକୁ ପୁଲିସ ଲୁଚେଇ ନେଇଯିବାକୁ ବସିଥିଲା । ତାଙ୍କ ବାପାଙ୍କ ଅନିଚ୍ଛା ସ୍ୱତ୍ତେ୍ୱ ପୁରୀରେ ନେଇ ତାର ଶେଷକୃତ୍ୟ କରି ଦେବାକୁ ବସିଥିଲେ । ଆମେ ବିରୋଧ କରିବାରୁ ତାଙ୍କ ବାପାଙ୍କ କଥା ଅନୁଯାୟୀ ଶବକୁ ଗାଁକୁ ନିଆଗଲା ।  କିନ୍ତୁ ଆମର ଯେଉଁ ପିଲା ବିରୋଧ କରୁଥିଲେ ତାଙ୍କୁ ଗିରଫ କରାଯାଇଛି । ଯାହାକୁ ନେଇ ସାରା ଓଡ଼ିଶାରେ ବିଜେଡି ବିକ୍ଷୋଭ କରିବ । ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ବିଜୁ ଯୁବ ଛାତ୍ର ଜନତା ଦଳ ଆନ୍ଦୋଳନ କରିବ । ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ଵର ସାଂସଦ ଓ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିଜେଡି ।