୨ ନିଶା ବେପାରୀ ଗିରଫ

 କଟକ : ଡ୍ରଗସ ବ୍ୟବସାୟ କରୁଥିବା ଅଭିଯୋଗରେ କ୍ୟାଣ୍ଟେନମେଣ୍ଟ ଥାନା ପୁଲିସ ବୁଧବାର ସକାଳେ ସ୍ଥାନୀୟ ବାଲିଯାତ୍ରା ତଳ ପଡ଼ିଆରୁ ୨ଜଣ ନିଶା ବେପାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, କ୍ୟାଣ୍ଟେନମେଣ୍ଟ ଥାନା ସୂତାହାଟ ଅଂଚଳର ମହମ୍ମଦ ସରିମ (୨୮) ଓ ଜଗତସିଂହପୁର ଜିଲ୍ଲା ପଟାଣି ଗ୍ରାମ ତଥା ଅଧୁନା ବିଡ଼ାନାସୀ ଥାନା ଅନ୍ତର୍ଗତ ଶ୍ରୀବିହାର କଲୋନୀରେ ରହୁଥିବା ଜ୍ଞାନ ରଂଜନ ମୁଦୁଲି (୨୩) । ପୁଲିସ ସେମାନଙ୍କଠାରୁ ୭.୨୦ଗ୍ରାମ୍ ବ୍ରାଉନସୁଗାର, ଗୋଟିଏ ମଟର ସାଇକେଲ, ୨ଟି ମୋବାଇଲ ଫୋନ ଓ ନଗଦ ୨୯୫୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।