୨ ନିଖୋଜ ନାବାଳିକା ଉଦ୍ଧାର

 କଟକ : କ୍ୟାଣ୍ଟେନମେଣ୍ଟ ଥାନା ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଗଣ୍ଡରପୁରର ଧାନତଲାର ମିର ଆଜାଦଙ୍କ ପନôୀ ସମିମା ବିବି କ୍ୟାଣ୍ଟେନମେଣ୍ଟ ଥାନାରେ ଏକ ଏତଲା ରୁଜୁ କରିଥିଲେ । ଏତଲାରେ ଦର୍ଶାଇଥିଲେ ଯେ, ସ୍ଥାନୀୟ ସୂତାହାଟ ସ୍ଥିତରେ ରହୁଥିବା ଭଡ଼ା ଘରୁ ତାଙ୍କର ୨ ନାବାଳିକା ଝିଅ ଜୁନ ୧୦ ତାରିଖ ଅପରାହ୍ନ ୧ଟା ରୁ ନିଖୋଜ ହୋଇଯାଇଥିଲେ । ଏହି ଏତଲାକୁ ଆଧାର କରି କ୍ୟାଣ୍ଟେନମେଣ୍ଟଣ୍ଟଥାନା ପୁଲିସ ଏକ ମାମଲା ରୁଜୁ କରି ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ପୁଲିସ ଏକାଧିକ ସିସିଟିଭି ଫୁଟେଜ ବିଶ୍ଳେଷଣ ୨ ନାବାଳିକା ଝିଅଙ୍କୁ ସ୍ଥାନୀୟ ବିଜୁପଟ୍ଟନାୟକ ଛକରୁ ସଫଳତାର ସହ ଉଦ୍ଧାର କରିଥିଲେ ।