+୨ ବିଜ୍ଞାନ ଛାତ୍ରୀଙ୍କ ସଫଳତା  

ରାଜକନିକା:  ରାଜକନିକା ବ୍ଲକ ବଳରାମପୁର ପଞ୍ଚାୟତର ବାଲିସାହି ଗାଁର ଅକ୍ଷୟ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ କନ୍ୟା ସ୍ୱାତୀ ଶାଶ୍ୱତୀ ଦାସ +୨ ବିଜ୍ଞାନରେ ୫୫୪ ମାର୍କ ୯୨.୩୩ ପ୍ରତିଶତ ନମ୍ବର ରଖି ରାଜକନିକା ବ୍ଲକର ଗୌରବ ଆଣିଛନ୍ତି । ସ୍ୱାତୀ ଶାଶ୍ୱତୀ ଦାସ କଟକ ଟାଙ୍ଗୀ ସ୍ଥିତ ଟେଟ୍ରାହେଡ୍ରନ କଲେଜରେ + ୨ ବିଜ୍ଞାନରେ ପଠା ପଢୁଥିଲେ ସେ ଜଣେ ମେଧାବୀ ଛାତ୍ରୀ ଥିଲେ ।  ଚଳିତ ବର୍ଷ + ୨ ପରୀକ୍ଷା ରେ ୯୨.୩୩ ପ୍ରତିଶତ ରଖି କଲେଜ ଏବଂ ବ୍ଲକ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ କଲେଜର ସମସ୍ତ ଗୁରିଜି ଓ ଗୁରୁମା ଏବଂ ନିଜ ପିତା ମାତାଙ୍କୁ ଶେୟ ଦେଇଛନ୍ତି ।