୨ବନ୍ଧକ ଶିଶୁ ଶ୍ରମିକ ଉଦ୍ଧାର
ଟମକା: ଏହି ଥାନା ଅଧିନସ୍ଥ କିଆଝର ପଞ୍ଚାୟତ ଇଟାଝର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗାଇ ଚରାରେ ନିୟୋଜିତ ୨ ବନ୍ଧକ ଶିଶୁ ଶ୍ରମିକଙ୍କୁ ଶୁକ୍ରବାର ଉଦ୍ଧାର କରାଯାଇଛି । ସମାଜସେବୀ ମନ୍ଟଥଦାସ ଏବଂ ଆସ୍ପେୟାର କର୍ମୀ କରନ ବେଶ୍ରା ଓ ରଶ୍ମିରଞ୍ଜନ ତ୍ରୀପାଠିଙ୍କ ଉଦ୍ୟମରେ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଛି । ଏଠାରେ ପ୍ରକାଶ ଯେ ଉକ୍ତ ପଞ୍ଚାୟତ ଆମ୍ବବେଡା ଗ୍ରାମର ମଲ୍ହାରସାହିର ଏହି ଦୁଇ ଶିଶୁଙ୍କୁ ଇଟାଝର ଗ୍ରାମରେ ବାର୍ଷିକ ୩ ହଜାର ଟଙ୍କାରେ ଗାଇଚରା କାର୍ଯ୍ୟରେ ନିୟୋଜିତ ରହିଥିଲେ । ତେବେ ଶିଶୁ ଦ୍ୱୟ ସେଠାରେ ଦୀର୍ଘ ୭ମାସ ହେବ ନିୟୋଜିତ ରହିଥିବା ବେଳେ ନିୟୋଜିତ କରିଥିବା ବ୍ୟକ୍ତି ତାଙ୍କୁ ତାଙ୍କ ଚୁକ୍ତି ପାରିଶ୍ରମିକ ନ ଦେବା ସହ ସେମାନଙ୍କୁ ଦୟନିୟ ଭାବେ ଖଟାଉଥିଲେ । ଏନେଇ ଶିଶୁଙ୍କ ପିତାମାତା ସମାଜସେବୀ ମଣ୍ଟୁ ଦାସଙ୍କୁ ଅବଗତ କରିଥିଲେ । ଘଟଣାରେ ଶ୍ରୀ ଦାସ ଓ ସ୍ଥାନୀୟ ଆସ୍ପୟାର କର୍ମକର୍ତ୍ତା ମିଳିତ ଭାବରେ ଶୁକ୍ରବାର ସକାଳୁ ଇଟାଝର ଗ୍ରାମରେ ପହଁଚି ନିକଟସ୍ଥ ଜଙ୍ଗଲରୁ ଶିଶୁ ଦ୍ୱୟକୁ ଉଦ୍ଧାର କରିଥିଲେ । ଶ୍ରୀ ଦାସଙ୍କ ଉଦ୍ୟମରେ ସେମାନଙ୍କୁ ଶିଶୁ ମଙ୍ଗଳ କମିଟିରେ ଭର୍ଚୁଆଲ ମୋଡରେ ଉପସ୍ଥାପନ କରାଯାଇଥିଲା । ଶିଶୁମାନଙ୍କ ସର୍ବୋତମ ଇଚ୍ଛାକୁ ସମ୍ମାନ ଦେଇ ନିକଟସ୍ଥ ଟମକା ସରକାରୀ ସେବାଶ୍ରମ ବିଦ୍ୟାଳୟରେ ସେମାନଙ୍କୁ ଥଇଥାନ କରାଯାଇଥିବା ବେଳେ ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିଶୁ ମଙ୍ଗଳ କମିଟି ନିଦେ୍ର୍ଦଶରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିବା ସୁଚନା ମିଳିଛି ।