ଦହିପୁର ଘାଟରୁ ବାଲି ଲୁଟ୍
କବାଟବନ୍ଧ:ଧର୍ମଶାଳା ତହସିଲ ଅଧିନ ବ୍ରାହ୍ମଣୀ ନଦୀର ବୃନ୍ଦାଦେଇପୁର ପଞ୍ଚାୟତ ଦହୀପୁର ଘାଟରୁ ବେଆଇନ ଭାବରେ ଲୁଟ ହେଉଛି ବାଲି । କିଛି ଦିନର ବ୍ୟବଧାନ ପରେ ଧର୍ମଶାଳା ତହସିଲ ଅଧିନ ଏହି ଘାଟରୁ ମାଫିଆ ମାନେ ବାଲି ଲୁଟ ପ୍ରକ୍ରିୟା ଆରମ୍ବ କରି ଦେଇଛନ୍ତି । ଖୁଲମଖୁଲା ବେଆଇନ ଭାବେ ବାଲି ଲୁଟ୍ ଚାଲିଥିଲେ ବି ଜିଲ୍ଲା ପ୍ରଶାସନ, ଖଣି ବିଭାଗ, ତହସିଲଦାର, ପୁଲିସ ପ୍ରଶାସନ ରୋକିବାକୁ ସମର୍ଥ ହେଉନି । ନଦୀ ତଟବର୍ତ୍ତୀ ଲୋକ ବିପଦର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟ ସରକାରଙ୍କର ବିଫୁଳ ରାଜସ୍ୱ ହାନି ହେଉଛି । ସରକାରୀ ସ୍ତରରେ ଏହି ଘାଟ କାହାରିକୁ ନିଲାମ ଦିଆଯାଇନାହିଁ । ସ୍ଥାନୀୟ ଅଞ୍ଚଳର କିଛି ମାଫିଆ ରାତି ଅଧିଆ ବାଲି ଲୁଟ୍ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ବାଲି ଲୁଟ୍ ହୋଇ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି । ଅନ୍ୟସମୟରେ ଏହି ରାସ୍ତାରେ ଭାରୀଯାନ ଚଳାଚଳ ହେବା ଫଳରେ ଦୁର୍ଘଟଣାମାନ ଘଟି ଧନ ଜୀବନ ନଷ୍ଟ ହେଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।