କରତ କଳ ଉପରେ ବନ ବିଭାଗର ଚଢଉ

 ଧାମନଗର: ଧାମନଗର ବନ ବିଭାଗ ତରଫରୁ ଧାମନଗର ଠାରେ ଦୁଇଟି ବେଆଇନ କରତ କଳ ଉପରେ ବନ ବିଭାଗ ଟାସ୍କ ଫୋର୍ସ ଚଢଉ କରିଛି । ଚଢଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ମୂଲ୍ୟର କାଠ ଜବତ ହୋଇଛି । ଏହାସହ ଉଭୟ କରତ କଳ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଜି ସକାଳୁ ଧାମନଗର ବଜାରର ମୁଲଣାସାହି ଠାରେ ବିନା ଲାଇସେନ୍ସରେ ଚାଲିଥିବା କରତ କଳ ଉପରେ ବନ ବିଭାଗ ଭିଜିଲାନ୍ସ ଟିମ୍ ଚଢଉ କରିଥିଲା । ଚଢଉବେଳେ ଉକ୍ତ ମିଲର ସମସ୍ତ ଯନ୍ତ୍ରାଂଶ କାଟି ନେଇଛି ଭିଜିଲାନ୍ସ ଟିମି । 
ଏହାସହ ପାଖାପାଖି ୩ ଲକ୍ଷ ଟଙ୍କାର କାଠ ଜବତ କରିଛି । ସେହିପରି ନିକଟ ହବିବନଗରରେ ଚାଲିଥିବା କରତ କଳ ଉପରେ ମଧ୍ୟ ଚଢଉ ହୋଇଛି । ଏହି ବେଆଇନ ମିଲରୁ ୨ ଲକ୍ଷ ଟଙ୍କାର କାଠ ଜବତ କରାଯାଇଛି । ଏହାସହ ବନ କର୍ମଚାରୀ ଓ ଅଧିକାରୀ ସାଙ୍ଗରେ ଗ୍ୟାସ କଟର ଆଣି ୨ ମିଲର ସମସ୍ତ ଯନ୍ତ୍ରାଂଶ କାଟି ନେଇଛନ୍ତି । ଏହାପରେ ଦୁଇ କରତ କଳର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି  । ଏସିଏଫ ସୁମିତି ମହାନ୍ତି, ଡିସିପି ରଜନୀ କାନ୍ତ ମହାନ୍ତି, ଭିଜିଲାନ୍ସ ଡିଏସପି ଦୁଷ୍ମନ୍ତ ନାୟକଙ୍କ ନେତୃତ୍ୱରେ ଏହି ଚଡାଉ ହୋଇଥିଲା । ସ୍ଥାନୀୟ ବନାଞ୍ଚଳ ଅଧିକାରୀ ସୁଷମା ସାହୁ ଏହି ଚୋରା କରତ କଳକୁ ସହ ଯୋଗ କରୁଥିଲେ । ମାତ୍ର ଉପରିସ୍ଥ ଅଧିକାରୀ ତାଙ୍କୁ କୌଣସି ସୂଚନା ନ ଦେଇ ଏହି ଚଡଉ କରିଥିଲେ  ।