କରଦା ହରିହାଟ ମହୋତ୍ସବ ଉଦ୍ୟାପିତ
ପାଣିକୋଇଲି: କୋରେଇ ବ୍ଲକ ଅନ୍ତର୍ଗତ କରଦାର ଗଣପର୍ବ ତଥା ପ୍ରସିଦ୍ଧ ହରିହାଟ ମେଳା ମହୋତ୍ସବର ଉଦ୍ୟାପିତ ହୋଇଛି ।ଶେଷ ସନ୍ଧ୍ୟାରେ ମେଳା କମିଟିର ସମ୍ପାଦକ ତଥା ପୂର୍ବତନ ସରପଂଚ ଗଣେଷ ଚନ୍ଦ୍ର ସାହୁଙ୍କ ସଭାପିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇ କୋରେଇ ମାଟିରେ ମହୋତ୍ସବ କରି ଆମେ ଗର୍ବିତ ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନୀତଅତିଥି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ନିଷ୍ଠା ଓ ସାଧୁତାର ସହ ମହୋତ୍ସବ ଆୟୋଜନ କଲେ ସଫଳ ହୁଅନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଯାଜପୁର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଯୁବନେତା ପ୍ରୀତିରଞ୍ଜନ ସାହୁ, ଆଇନଜୀବୀ ଧନେଶ୍ୱର ବାରିକ, ବରିଷ୍ଠ ସାମ୍ବାଦିକ ସଂଗ୍ରାମ ସିଂହ, ପଥରପଦା ସରପଞ୍ଚ ମଧୁସ୍ମିତା ବାରିକ, ପାଣିକୋଇଲି ମହୋସôବ କମିଟି ସଭାପତି ରାକେଶ ସାହୁ, ଫ୍ରିଡମ ଜୋନାଲ ମ୍ୟାନେଜର ଅମୀୟ ରଞ୍ଜନ ଧଳ, କଂଗ୍ରେସ ନେତା ମଧୁସୂଦନ ସାହୁ, କବି ଭୂବନମୋହନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମହୋତ୍ସବ ସମାଜରେ ସମସ୍ତଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବା ସହିତ ସ୍ଥାନୀୟ କଳା ସଂସ୍କୃତିକୁ ଉଦ୍ଜିବିତ କରେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୂର୍ବତନ ମେଳା କମିଟିର ସଦସ୍ୟ ସ୍ୱର୍ଗତ କାର୍ତ୍ତିକ ଚନ୍ଦ୍ର ପୃଷ୍ଟି, ରାଜାରାମ ପଣ୍ଡା, ବିମ୍ବାଧର ବେହେରାଙ୍କୁ ମରୋଣତର ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଲିଙ୍ଗେଶ୍ୱର ଉନ୍ନୟନ କମିଟି, କରଦା ପଞ୍ଚାୟତ ଡ୍ରାଇଭର ସଂଘ, ଆମେ ଯାଜପୁର ଫେସବୁକ ପେଜ ଚାଳକଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବ କମିଟି ସମ୍ପାଦକ ପ୍ରମୋଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷ ସାଂସ୍କୃତିକ ସନ୍ଧ୍ୟାରେ ସତ୍ୟଜିତ ପ୍ରଧାନଙ୍କ ସେ ମୋ ଜଗନ୍ନାଥ ଭଜନରେ ଦର୍ଶକ ଭାବବିହ୍ୱଳ ହୋଇଥିଲେ । ବିଶ୍ୱନାଥ ପଣ୍ଡା, ଚିନ୍ତାମଣି ସାହୁ, ସୁଧାଶଙ୍କର ବିଶ୍ୱାଳ, କାର୍ତିକ ସ୍ୱାଇଁ, ଦୁର୍ଗାପ୍ରସାଦ ପଣ୍ଡା, ସଚିଦାନନ୍ଦ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ । ମେଳାରେ ଶାନ୍ତି ଶଙ୍ଖଳା ରକ୍ଷା ଦିଗରେ ପାଣିକୋଇଲି ପୁଲିସ ପକ୍ଷରୁ ବନେ୍ଦାବସ୍ତ କରାଯାଇଥିଲା । ମହୋତ୍ସବ ଶେଷ ହୋଇଥିଲେ ବି ଅପେରା କାର୍ଯ୍ୟକ୍ରମ ଚାଲୁ ଥିବାରୁ ମେଳା ଚାଲୁ ରହିଛି ।