ପିସିସି ସଭାପତିଙ୍କୁ ଶୁଭେଚ୍ଛା
ପଟ୍ଟାମୁଣ୍ଡାଇ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଥିବାରୁ ପଟ୍ଟାମୁଣ୍ଡାଇ କଂଗ୍ରେସ କର୍ମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି । ନବ ନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ପ୍ରାକ୍ତନ ସଭାପତି ଧନେଶ୍ୱର ଦାସ, ପ୍ରାକ୍ତନ ସାଧାରଣ ସମ୍ପାଦକ ରବି ନାରାୟଣ ମିଶ୍ର, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ,ଅଶ୍ୱିନୀ ପାତ୍ର, ପ୍ରକାଶ ମହାନ୍ତି, ଅଭୟ ସେଠୀ, ଅଜୟ ବାଇ, ଦିଲ୍ଲୀପ ଖଟୁଆ ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।