କଂଗ୍ରେସ ପକ୍ଷରୁ ସୃଜନ ଅଭିଯାନ 

  ଆସିକା:  ଜାତୀୟ ପ୍ରଦେଶ କଂଗ୍ରେସ କମିଟି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ନିଦେ୍ର୍ଦଶକ୍ରମେ ଆସିକା ଖମ୍ବେଶ୍ୱେରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏକ ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା (ପଶ୍ଚିମ) ସଂଯୋଜକ ଯୁବ ଆଇନଜୀବୀ ତଥା ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମାଙ୍କ ସଭାପତିତ୍ୱରେ ସର୍ବ ଭାରତୀୟ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ସଚିନ ନାୟକ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ କୃଷ୍ଣଚନ୍ଦ୍ର ସାଗରିଆ ପ୍ରମୁଖ ଯୋଗ ଦେଇ ଦଳର ସୁସଂଗଠନ, ଦଳୀୟ କର୍ମୀମାନଙ୍କୁ ଏକତ୍ରିତ କରିବା, କଂଗ୍ରେସ ବିଚାରଧାରା ଥିବା କର୍ମୀ ପାଖରେ ପହଂଚିବା, ସକ୍ରିୟ ସଂଗଠକ ଓ ସଂଗଠନିକ ଦକ୍ଷତା ଥିବା କଂଗ୍ରେସ କର୍ମୀମାନଙ୍କ ପରାମର୍ଶକୁ ଗ୍ରହଣ କରି ବ୍ଲକ ସଭାପତି, ଜିଲ୍ଲା ସଭାପତି ଚୟନ କରାଯିବ ବୋଲି ଦୁଇ ପର୍ଯ୍ୟ ବେକ୍ଷକ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଥିଲେ । ଆସିକା ସଂସଦୀୟ ନିର୍ବାଚନ ମଣ୍ଡଳୀର ଆଠ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଆଠ ଦିନ ଗ୍ରସ୍ତ କରି ଜିଲ୍ଲା ଓ ବ୍ଲକ ସଭାପତି ମାନଙ୍କ ୫ ଜଣିଆ ତାଲିକା ରାଜ୍ୟ ଏବଂ ଏହା ପରେ ଏଆଇସିସିକୁ ପ୍ରେରଣ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଭୋକଲି ସେଠୀ, ସଞ୍ଜୟ ନାୟକ, ରଜନୀ ପାଢ଼ୀ, ହରିକୃଷ୍ଣ ରଥ, ସଂଗ୍ରାମ ମହାନ୍ତି, ସୁରଭି ବିଷୋୟୀ, ମାନସ ଆଚାର୍ଯ୍ୟ, ପ୍ରିୟାଂଶୁ ପରିଡାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ ।