୨୦୨୬ ପର୍ଯ୍ୟନ୍ତ ଜାରି ରହିବ ପିଏମ୍-ଆଶା ଯୋଜନା

 ନୂଆଦିଲ୍ଲୀ :  ପଞ୍ଚଦଶ ଅର୍ଥ ଆୟୋଗ ଚକ୍ରରେ ସମନ୍ୱିତ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ୍-ଆଶା) ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରଖିବାକୁ ଭାରତ ସରକାର ଅନୁମୋଦନ କରିଛନ୍ତି । ସମନ୍ୱିତ ପିଏମ୍-ଆଶା ଯୋଜନା କ୍ରୟ କାର୍ଯ୍ୟରେ ଅଧିକ ଫଳପ୍ରଦତା ଆଣିବା ପାଇଁ କାର୍ଯ୍ୟକାରୀ କରାଯାଇଛି । ଯାହା କେବଳ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ପାଇବାରେ ସାହାଯ୍ୟ କରିବ ନାହିଁ ବରଂ ଉପଭୋକ୍ତାଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧତା ସୁନିଶ୍ଚିତ କରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅସ୍ଥିରତାକୁ ମଧ୍ୟ ନିୟନ୍ତ୍ରଣ କରିବ । ପିଏମ୍-ଆଶାର ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଦ୍ୱାରା ରାଜ୍ୟସ୍ତରୀୟ ଏଜେନ୍ସି ମାଧ୍ୟମରେ ପ୍ରାକ୍-ପଞ୍ଜିକୃତ କୃଷକମାନଙ୍କଠାରୁ ନିର୍ଦ୍ଧାରିତ ଫେୟାର ଏଭରେଜ୍ କ୍ୱାଲିଟି ଅନୁଯାୟୀ ବିଜ୍ଞାପିତ ଡାଲି, ତୈଳବୀଜ ଏବଂ କୋପ୍ରା ସିଧାସଳଖ ଏମଏସପିରେ କ୍ରୟ କରାଯାଏ । ଡାଲିର ଘରୋଇ ଉତ୍ପାଦନ ବୃଦ୍ଧିରେ ଯୋଗଦାନ କରୁଥିବା କୃଷକମାନଙ୍କୁ ପ୍ରୋସôାହିତ କରିବା ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସରକାର ୨୦୨୪-୨୫ କ୍ରୟ ବର୍ଷ ପାଇଁ ରାଜ୍ୟମାନଙ୍କ ଉତ୍ପାଦନର ୧୦୦% ସମାନ ମୂଲ୍ୟ ସହାୟକ ଯୋଜନା ଅଧୀନରେ ହରଡ଼, ମୁଗ ଏବଂ ମସୁର ଡାଲି କିଣିବାକୁ ଅନୁମତି ଦେଇଛନ୍ତି । ସରକାର ୨୦୨୫ ବଜେଟରେ ଘୋଷଣା କରିଛନ୍ତି ଯେ ଦେଶରେ ଡାଲିରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଜରିଆରେ ରାଜ୍ୟମାନଙ୍କ ଉତ୍ପାଦନର ୧୦୦% ପର୍ଯ୍ୟନ୍ତ ହରଡ଼, ମୁଗ ଓ ଡାଲି କ୍ରୟ ଜାରି ରହିବ ।