୨୦୨୬ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଗାଁକୁ  ପହଞ୍ଚିବ ପିଇବା ପାଣି : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 

୨୦୨୬ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଗାଁକୁ  ପହଞ୍ଚିବ ପିଇବା ପାଣି : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି ଯେ ସରକାର ୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ପିଇବା ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ପୁରୀରେ ଜାତୀୟ ପଞ୍ଚାୟତିରାଜ ଦିବସର ରାଜ୍ୟସ୍ତରୀୟ ଉତ୍ସବରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳର ଅନେକ ଲୋକ ଏବେ ମଧ୍ୟ ପିଇବା ପାଣି, ବିଦ୍ୟୁତ ଯୋଗାଣ, ପକ୍କା ଘର ଏବଂ ଗାଁକୁ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି  । “ଶପଥ ଗ୍ରହଣ ପରେ, ଆମ ସରକାର ଗ୍ରାମ ଗୁଡ଼ିକର ସର୍ବାଙ୍ଗୀନ ବିକାଶ ପାଇଁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ୟ୍ୟକ୍ରମ ଆରମ୍ଭ କରିଛି,” ବୋଲି ସେ କହିଛନ୍ତି । ପଞ୍ଚାୟତିରାଜ ଓ ପିଇବା ପାଣି ବିଭାଗ ଗ୍ରାମ ଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ପାଇଁ ୧୦,୦୦୦ କୋଟି ଟଙ୍କା ବରାଦ କରାଯାଇଛି  । ସରକାର ୨୦୨୬ ସୁଦ୍ଧା ପ୍ରତ୍ୟେକ ଗାଁକୁ ପିଇବା ପାଣି ଏବଂ ରାସ୍ତା ଯୋଗାଇ ଦେବାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ଏବଂ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ମଧ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି  ।