ସମସ୍ୟା ଘେରରେ ରାଆଁଳା ପ୍ରାଥମିକ ବିଦ୍ୟାଳୟ

ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଓ ଶିକ୍ଷାଦାନରେ ଉନ୍ନତି ସହ ଭିତ୍ତିଭୂମି ଦୃଢ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ତାର ସୁଫଳ ବହୁ ସ୍ଥାନରେ ଦେଖିବାକୁ ମିଳୁନାହିଁ । ଏବେବି ଅନେକ ଅଞ୍ଚଳର ସ୍କୁଲଗୁଡିକ ବହୁ ସମସ୍ୟା ଦେଇ ଗତି କରୁଥିବାବେଳେ ଶିକ୍ଷା ବିଭାଗର ଦୃଷ୍ଟି ପଡୁନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ଲେଥକା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତରାଆଁଳା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ୨୦୦୯ରେ ରାଆଁଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବାବେଳେ ଏଠାରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଛି । ବିଦ୍ୟାଳୟରେ ୪୬ ଜଣ ପିଲା ଶିକ୍ଷାଦାନ କରୁଥିବାବେଳେ ୨ ଜଣ ଶିକ୍ଷକ ରହିଛନ୍ତି । ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟ ନାନାଦି ସମସ୍ୟା ଦେଇ ଗତି କରୁଛି । ଏହି ବିଦ୍ୟାଳୟରେ ଜଳ ଯୋଗାଣର ସଠିକ୍ ବ୍ୟବସ୍ଥାନ ଥିବା ହେତୁ ପାଇଖାନା ଓ ରୋଷେଇ ତଥା ହାତ ଧୋଇବା ପାଇଁ ପିଲାମାନେ ବହୁ ଅସୁବିଧା ଭୋଗୁଛନ୍ତି । ବାଳକ ପିଲାଙ୍କ ପାଇଁ ପାଇଖାନା ନାହିଁ ଯେଉଁ ଗୋଟିଏ ପାଇଖାନା ଅଛି ତାହା ନିମ୍ନମାନର ଓ ଭିନ୍ନକ୍ଷମଙ୍କ ପାଇଁ ଉର୍ଦ୍ଦିଷ୍ଟ । ବିଦ୍ୟାଳୟର ଚାରିପଟେ ପାଚେରୀ ନଥିବା ହେତୁ ବିଭିନ୍ନ ସମୟରେ ବାହାର ଲୋକ ଆସି ଭୋଜିଭାତ କରିବା ସହ ଅବାଧ ପ୍ରବେଶ କରୁଛନ୍ତି । ବିଦ୍ୟାଳୟରେ ପ୍ରତିବର୍ଷ ବୃକ୍ଷରୋପଣ କରାଯାଉଥିଲେ ତାହା ନଷ୍ଟ ହୋଇଯାଉଛି । ଏପରିକି ବିଦ୍ୟାଳୟ ପାର୍ଶ୍ୱରେ ଏକ ନାଳ ବା  ଝରଣା ବର୍ଷସାରା ପ୍ରବାହିତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିପଦ ଭାବ ସୃଷ୍ଟି କରୁଛି । ପିଲାମାନଙ୍କ ପାଇଁ ଥିବା ଖେଳପଡ଼ିଆ ବିରାଟ ଗର୍ତ୍ତ ଓ ଅସମାନ ହୋଇଥିବାରୁ ଖେଳିବା ପାଇଁ ବାଧକ ସାଜିଛି । ବିଦ୍ୟାଳୟଟିର ଚାରିପାଖ ଧାନ ବିଲ ହୋଇଥିବାବେଳେ ବିଦ୍ୟାଳୟକୁ ରାସ୍ତା ନାହିଁ । ତାହା ଦୀର୍ଘଦିନ ଧରି ଅଧାପନ୍ତରିଆ ହୋଇ ପଡିରହିଛି । ବହୁ ଦୂରରୁ ବିଦ୍ୟାଳୟକୁ ବିଦୁ୍ୟତ୍ ସଂଯୋଗ କରାଯାଇଥିବାବେଳେ ତାହା ତଳେ ପଡି ବିପଦସଂକୁଳ ଅବସ୍ଥାରେ ରହିଛି । ଏ ବାବଦରେ ବିଦୁ୍ୟତ୍ ବିଭାଗକୁ ଜଣାଇଥିଲେ ସୁଦ୍ଧା କିଛି ଫଳ ମିଳୁନାହିଁ ବୋଲି ବିଦ୍ୟାଳୟ ପରିଚାଳନା ସଭାପତି ତପନ ସ୍ୱାଇଁ ପ୍ରକାଶ କରିଛନ୍ତି । ତେଣୁ ଆଦିବାସୀ ଅଂଚଳରେ ବିଦ୍ୟାଳୟର ଉନ୍ନତି ପାଇଁ ଯନôବାନ ହେବା ପାଇଁ ଜିଲ୍ଲାପାଳ ଓ ବିଭାଗୀୟ ଶିକ୍ଷା ଅଧିକାରୀ ଦୃଷ୍ଟି ଦେବାକୁ ରାଆଁଳା ଗ୍ରାମବାସୀ ଅନୁରୋଧ କରିଛନ୍ତି ।