ବାହାର ଚିକ୍କଣ ଭିତରେ ଶୋଷଣ

 ବିଞ୍ଝାରପୁର : ବିଞ୍ଝାରପୁର ବ୍ଳକ୍ ଅଧିନ ସିଂହପୁର ଠାରେ ଅଧିଷ୍ଠାତ୍ରୀ ଦେବୀ ମା ଦରିଆ ନାହାକାଣୀ ପୀଠ ରହିଛି । ପ୍ରତ୍ୟେକ ଦିନ ଏହି ପୀଠକୁ ଦୂରଦୂରାନ୍ତରୁ ଶହ ଶହ ଶ୍ରଦ୍ଧାଳୁ ଆସିଥାନ୍ତି । ଏଠାରେ ଏକ କଲ୍ୟାଣମଣ୍ଡପ ଥିବା ସତ୍ୱେ ପୀଠରେ ଅନେକ ଗୁଡ଼ିଏ ବିବାହ ଓ ନିର୍ବନ୍ଧ ମଧ୍ୟ ହୋଇଥାଏ । ଏସବୁକୁ ଦୃଷ୍ଟିରେ ରଖି ସରକାରୀ ଅର୍ଥରେ ପଞ୍ଚାୟତ ପକ୍ଷରୁ ପୀଠର ସ୍ୱଚ୍ଛତାକୁ ଆଖିଆଗରେ ରଖି ଯାତ୍ରୀଙ୍କ ପାଇଁ ନିର୍ମାଣ ହୋଇଛି ମହିଳା ଓ ପୁରୁଷ ଗୋଷ୍ଠୀ ଶୌଚାଳୟ । ଯାହାକି କଳା କାଳୀରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ‘ସ୍ୱଚ୍ଛ ସିଂହପୁର’ ସମେତ ବର୍ତମାନ ସରପଞ୍ଚଙ୍କ ନାମ । ସତେ ଯେମିତି ସରପଞ୍ଚ ଏହି ଅର୍ଥକୁ ନିକ ପକେଟ ଖର୍ଚ୍ଚରୁ କରିଛନ୍ତି । ତେବେ ଉପରକୁ ଚିକ୍କଣ ଦେଖାଯାଉଥିବା ଏହି ଗୋଷ୍ଠି ଶୌଚାଳୟ ଉପରକୁ ଯେତେ ଚିକ୍କଣ ଭିତରେ ସେତ ରହିଛି ଅଳିଆର ପରିମାଣ । ପାଣି ଟ୍ୟାପ୍ ଭଙ୍ଗିକି ପଡ଼ିଛି ତା ମଇଳାରେ ପୂର୍ଣ୍ଣ ରହିଛି ଏହି ଦୁଇଟି ମହିଳା ଆଉ ପୁରୁଷଙ୍କ ଶୌଚାଳୟ ଘର । ଯାହାକୁ ସଫା କରିବା ପାଇଁ ବି ପଞ୍ଚାୟତ ପକ୍ଷରୁ କୌଣସି ବ୍ୟବସ୍ଥା ବି ନାହିଁ । ଯାହା ସରକାର ଯାତ୍ରୀଙ୍କ ସୁବିଧା ନିମନ୍ତେ କରିଥିଲେ ସେଠାକୁ କିନ୍ତୁ ଯାତ୍ରୀ ଯିବାକୁ ଘୃଣା କରୁଛନ୍ତି । ତେବେ ଏହା କାହା ସ୍ୱାର୍ଥରେ ଏତେ ଟଙ୍କାର ଅର୍ଥ ଖର୍ଚ୍ଚ କରାଯାଇଅଛି? । ଯାହାକୁ ନେଇ କିଛି ଯାତ୍ରୀ ମଧ୍ୟ କ୍ଷୋଭ ପ୍ରକାଶ କରିବା ସହିତ ଏସବୁ ମା ଦରିଆ ନାହାକାଣୀଙ୍କ ପୀଠର ଉନ୍ନତି କରଣ ପାଇଁ ଏହି ଯୋଜନା ନୁହ ବରଂ ଏହା ଏଠି ସରପଞ୍ଚ ଆଉ କୁଜି ନେତାଙ୍କ ପକେଟ କରିବା ପାଇଁ କରାଯାଇଥିବା କିଛି ଭକ୍ତ ନିଜର ମତ ରଖିଛନ୍ତି । ବ୍ଳକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ପୀଠର ମର୍ଯ୍ୟାଦା ବଢିବା ସାଙ୍ଗକୁ ଆସୁଥିବା ଯାତ୍ରୀ ମାନଙ୍କର ମଧ୍ୟ ଅସୁବିଧା ଦୂର ହେବ ବୋଲି ମତ ରଖିଛନ୍ତି ।