କୋରେଇ ମହୋତ୍ସବ ପ୍ରସ୍ତୁତି ବୈଠକ
ପାଣିକୋଇଲି: କୋରେଇ ମଣ୍ଡଳ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଚଳିତମାସ ୨୫ ଓ ୨୬ ତାରିଖ ଦୁଇଦିନ ଧରି କୋରେଇ ମେଲଣ ପଡ଼ିଆରେ ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ବୈଠକ ସଂସଦର ସଭାପତି ନନ୍ଦ କିଶୋର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଂସଦର ସମ୍ପାଦକ ପଣ୍ଡିତ ଡ଼କ୍ଟର ସୂର୍ଯ୍ୟମଣି ଖୁଣ୍ଟିଆ ମହୋତ୍ସବର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ବିସ୍ତୃତ ବିବରଣୀ ପାଠ କରିଥିଲେ ।
୨୪ତାରିଖ ପୂର୍ବାହ୍ନରେ ଶିଶୁ ଉତ୍ସବ ଓ ସଂଧ୍ୟାରେ ସାହିତ୍ୟ ଆଲୋଚନା ଚକ୍ର ଆୟୋଜିତ ହେବ । ୨୫ ତାରିଖ ପୂର୍ବାହ୍ନରେ ରାଜ୍ୟସ୍ତରୀୟ କବି ସମ୍ମେଳନ ଅନୁଷ୍ଠିତ ହେବା ପରେ୧୮ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ । ଚଳିତବର୍ଷ କୋରେଇ ମହୋତ୍ସବ ସମ୍ମାନ ବରିଷ୍ଠ ରାଜନୈତିଜ୍ଞ ଓ ବିଶିଷ୍ଟ ସାହିତି୍ୟକ ଡ଼ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ପ୍ରଦାନ କରାଯିବା ସହିତ ଶିଶୁ ସାହିତି୍ୟକ ଡ଼.ସୁନାମଣୀ ରାଉତଙ୍କୁ କସ୍ତୁରୀ ପୁରସ୍କାର, ବରିଷ୍ଠ ନାଟ୍ୟକାରିଣୀ ବିନ୍ଦୁରେଖା ମହାପାତ୍ରଙ୍କୁ ସ୍ୱର୍ଗତ କାହ୍ନୁଚରଣ ଖୁଣ୍ଟିଆ ସ୍ମୃତି ପୁରସ୍କାର, ନିର୍ମଳ ଚନ୍ଦ୍ର ରାଉତଙ୍କୁ ସ୍ୱର୍ଗତ ଗଦାଧର ସ୍ୱାଇଁ ଶିକ୍ଷକ ଗୈାରବ ପୁରସ୍କାର, ମାଙ୍ଗଳିକା ଦାସଙ୍କୁ ସ୍ୱର୍ଗତା ସଚୀ ଦେବୀ ଇନ୍ଦୁମତୀ ଲେଖିକା ପୁରସ୍କାର, ପାଲା ଗାୟକ ରଜନୀକାନ୍ତ ପୃଷ୍ଟିଙ୍କୁ ସ୍ୱର୍ଗତ ଗଦାଧର ସାହୁ ସ୍ମୃତି ପୁରସ୍କାର, ସମ୍ପାଦକ ପ୍ରଫେସର ଡ଼ା. ଉପେନ୍ଦ୍ର ପ୍ରସାଦ ନାୟକଙ୍କୁ ସ୍ୱର୍ଗତ ଶ୍ୟାମସୁନ୍ଦର ମହାନ୍ତି ସ୍ମୃତି ପୁରସ୍କାର, କୃତି ଛାତ୍ର ଆଶୁତୋଷ ଦାସଙ୍କୁ ସ୍ୱର୍ଗତ ଦଶରଥ ବିଶ୍ୱାଳ,ଚିତରଂଜନ ଚିରଂଜିତଙ୍କୁ ଅଚୁ୍ୟତାନନ୍ଦ ପତି ଗଳ୍ପ ସମ୍ମାନ, କବି ନାରାୟଣ ମହାଳିକଙ୍କୁ କୈଳାସ ଚନ୍ଦ୍ର ଦାସ ସ୍ମୃତି ସମ୍ମାନ, କବି ପହଲ୍ଲାଦ ପଣ୍ଡାଙ୍କୁ ରମେଶ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ, ଶିଶୁ ସାହିତି୍ୟକ ପ୍ରଶାନ୍ତ କୁମାର ଦାଶଙ୍କୁ ଦୈାପଦୀ ପ୍ରାଣକୃଷ୍ଣ ସ୍ମୃତି ସମ୍ମାନ, ସ୍ୱତନ୍ତ୍ର ସାମ୍ବାଦିକ ସମ୍ମାନ ବାବୁରାମ ଜେନା, ସୁଜାତା ଗିରିଙ୍କୁ ବୋଲେ ହୁଁ ଟି ସମ୍ମାନ, ଅନନ୍ତ ଜେନାଙ୍କୁ ଆଜ୍ଞା ନମସ୍ମାର ବ୍ୟଙ୍ଗମଣୀ ସମ୍ମାନ, ଡ଼ା.ଅନୀତା ପଣ୍ଡାଙ୍କୁ ପ୍ରବାସୀ ସାରସ୍ୱତ ସଙ୍ଗଠକ ସମ୍ମାନ ଓ ବୃନ୍ଦାବନ ସାହୁଙ୍କୁ ସଂସଦର ସ୍ୱତନ୍ତ୍ର ସମ୍ମାନରେ ସମ୍ମାନୀତ କରାଯିବ । ବୈଠକରେ ବୃନ୍ଦାବନ ସାହୁ, ବାଇଧର ମାଝୀ, ଅକ୍ଷୟ କୁମାର ବାରିକ, ମୋହନ ଚରଣ ଖୁଣ୍ଟିଆ, ପ୍ରଦୀପ କୁମାର ଦାସ, ମଳୟ କୁମାର ମଲ୍ଲିକ, ଅଶୋକ କୁମାର ପତି, ଶିବ ଚରଣ ମାଝୀ, ପ୍ରିୟଦର୍ଶୀ ଅମ୍ବରୀଶ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।