ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଚୟନ
ସମ୍ବଲପୁର : ବୁର୍ଲା ପିଏମ ଶ୍ରୀ ହାଇସ୍କୁଲର ପୁରାତନ ଛାତ୍ର ସଂସଦର ସାଧାରଣ ସଭା ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୨୫-୨୭ ବର୍ଷ ପାଇଁ ନୂତନ କାର୍ଯ୍ୟକାରୀ ସମିତି ନିର୍ବାଚନ କରାଯାଇଥିଲା । ନୂତନ କର୍ମକର୍ତ୍ତାମାନେ ହେଲେ ରାଜକିଶୋର ଜାଜୋଡିଆ ସଭାପତି, ରମେଶ ଚନ୍ଦ୍ର ଆଚାର୍ଯ୍ୟ ଓ କାଳୁ ଚରଣ ସ୍ୱାଇଁ ଉପସଭାପତି, ଦେବାଶିଷ ନନ୍ଦ ସମ୍ପାଦକ, ରଶ୍ମିରଞ୍ଜନ ଶତପଥୀ ଓ ଡ. ଦେବେନ୍ଦ୍ର ମହାଲିକ ଯୁଗ୍ମ ସମ୍ପାଦକ ଏବଂ ନୟନ କୁମାର ନାୟକ କୋଷାଧ୍ୟକ୍ଷ । ଅନୁପ କୁମାର ପଣ୍ଡା କାର୍ଯ୍ୟାଳୟ ପରିଚାଳକ, ନିରଂଜନ ପଟ୍ଟନାୟକଙ୍କ ମୁଖ୍ୟ ଉପଦେଷ୍ଠା, ଇଂ. ସୁରେନ୍ଦ୍ର ସିଂ କାବଲି, ଇଂ ବିଭୁତି ଭୁଷଣ ପଣ୍ଡା, ସୁରେଶ ଚନ୍ଦ୍ର ପଣ୍ଡା, ଦେବେନ୍ଦ୍ର କପାନି, ଆସ୍ତିକ ପ୍ରସାଦ ମୁଣ୍ଡ, ହରିଶ୍ ଚନ୍ଦ୍ର ବାଲି ଉପଦେଷ୍ଟା ମନୋନୀତ ହୋଇଥିଲେ । ପ୍ରଶାନ୍ତ କୁମାର ପଣ୍ଡା, ସୁଶାନ୍ତ କୁମାର ଗୁରୁ, ପ୍ରଦୀପ କୁମାର ମିଶ୍ର, ଲକ୍ଷ୍ମୀଧର ମହାନ୍ତି, ଶ୍ରୀବିଷ୍ଣୁ ପ୍ରସାଦ ରକ୍ଷିତ, ପ୍ରଦୁ୍ୟମ୍ନ କୁମାର ମିଶ୍ର,ଯଦୁନନ୍ଦନ ବଡ଼ପଣ୍ଡା, ସୁବ୍ରତ କୁମାର ଶତପଥ, ଦୀପ୍ତିକାନ୍ତ ଠାକୁର, ପ୍ରମୋଦ କୁମାର ଦାସ, ସୁବ୍ରତ କୁମାର ପଟ୍ଟନାୟକ, ହରିଶଙ୍କର ପଣ୍ଡା, ମୁକୁଳ କୁମାର ଦାସ, ବସନ୍ତ ନାଏକ ପ୍ରମୁଖଙ୍କୁ କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ କରାଯାଇଥିଲା ।