୨୬ୱାର୍ଡ଼ ଜଳମଗ୍ନ; ବନ୍ୟାଞ୍ଚଳର ଭ୍ରମ ସୃଷ୍ଟି କଲା ବ୍ୟାସନଗର
ବ୍ୟାସନଗର: ବୁଧବାର ବ୍ୟାସନଗରରେ ଦିର୍ଘ ୨୦ବର୍ଷର ରେକର୍ଡ ଭାଙ୍ଗିଛି ଲଘୁଚାପ ଜନିତ ଲଗାଣ ବର୍ଷା । ପୌରାଞ୍ଚଳ ତଥା ଆଖପାଖ ଅଞ୍ଚଳରେ ସକାଳ ୧୧ଟା ଠାରୁ ଅନବରତ ଭାବେ ସନ୍ଧ୍ୟା ପର୍ଯ୍ୟନ୍ତ ବାଦଲ ଫଟା ବର୍ଷାରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି । ଏମିତକି ଯିଏ ଯୋଉଠି ଠିଆ ହୋଇଛି ସିଏ ସେଇଠି ଠିଆ ହୋଇ ଆଶ୍ରୟ ନେବା ବ୍ୟତୀତ ଅନ୍ୟ କୌଣସି ଚାରା ନଥିଲା । ସ୍କୁଲ କଲେଜରୁ ପିଲାମାନେ ଘରକୁ ଆସିବା ମଧ୍ୟ ସମ୍ଭବ ହୋଇପାରି ନଥିଲା । ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଅଧିକାଂଶ ଘରେ ଆଣ୍ଠୁଏ ଲେଖାଏ ପାଣି । ଖାଲି ବ୍ୟବସାୟ ପ୍ରତିଷ୍ଠାନ କି ଘରୋଇ କଥା ନୁହେଁ ମେଡିକାଲ । ବ୍ୟାସନଗର ତହସିଲ, ପୌରପରିଷଦ, ଏଡିଏମ ଅଫିସ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଆଣ୍ଠୁଏ ଲେଖାଏଁ ପାଣି । ପୌରାଞ୍ଚଳର ୨୬ଟି ୱାର୍ଡ ପୁରା ଗାଁ ଠୁ ନେଇ ବଜାର ସବୁଠି ଜଳମଗ୍ନ । ରାସ୍ତାରେ ଏତେ ପାଣି ଲହଡି ମାରୁଛି ନଦୀର ଭ୍ରମ ସୃଷ୍ଟି କରୁଥିଲାା ରାସ୍ତା ପୋଖରି ସମାନ ହୋଇଯାଇଛି । ଏମିତିକି ରାସ୍ତା କଡରେ ଥିବା ଡ୍ରେନ ମଧ୍ୟ ଆଉ ଦୃଶ୍ୟମାନ ହେଉନାହିଁ । ଯେଉଁଆଡ଼େ ଦେଖିବ ପାଣି ହିଁ ପାଣି । ବ୍ୟାସନଗର ନଦୀକୁଳିଆ ନୁହେଁ । କିନ୍ତୁ ଏଲଗାଣ ବର୍ଷାରେ ବନ୍ୟାର ବିଭିଷିକା ଠାରୁ କୌଣସି କ୍ଷେତ୍ରରେ କମ୍ ନଥିଲା ଦୃଶ୍ୟ । ଅଧିକାଂଶ ସ୍ଥାୟୀ ବ୍ୟବସାୟୀ ପ୍ରତିଷ୍ଠାନରେ ପାଣି ପଶି ଲକ୍ଷାଧିକ ଟଙ୍କାର ସମାଗ୍ରୀ ନଷ୍ଟ ହୋଇଥିବାର ଦେଖିବାକୁ ମିଳିଥିଲା । ଏପରିକି ରାସ୍ତା କଡରେ ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କର ନାହିଁ ନ ଥିବାର କ୍ଷତି ହୋଇଛି । ବୟସ୍କଲୋକ କହିବାନୁସାରେ ଏଭଳି ବର୍ଷା ଦିର୍ଘ ୨୦ବର୍ଷ ଧରି ହୋଇନଥିଲା ।