ଭାରିଯାନ ପାଇଁ ବିପଦରେ ଘଣ୍ଟିଆଳି-କନ୍ତିଆ ଖରସ୍ରୋତା ସେତୁ
ବିଞ୍ଝାରପୁର: ବ୍ଳକ୍ ଅନ୍ତର୍ଗତ ଘଣ୍ଟିଆଳି-କନ୍ତିଆ ସେତୁ ଏବ ଫାଟିବା ସହ ଦବିବାକୁ ଲାଗିଲାଣି । କୋଟିକୋଟି ଟଙ୍କାର ଏହି ସେତୁ ବିଞ୍ଝାରପୁର ଘଣ୍ଟିଆଳି ସମେତ ବରୀ ବ୍ଳକ୍ର ଦୁଇ ତିନୋଟି ପଞ୍ଚାୟତକୁ ସଂଯୋଗ କରିଥାଏ । ପ୍ରତିଦିନ ହାଜର ହଜାର ଲୋକଙ୍କ ଗନ୍ତବ୍ୟ ସ୍ଥଳ ପଲଟିଥାଏ ଏହି ସେତୁ । କିନ୍ତୁ ସେତୁଟି ଏବେ ବିପଦ ଆଡକୁ ଗତି କରୁଥିବା ଦେଖିବାକୁ ମିଳିଛି । ବାଲି ଆଉ ପଥର ହାଇୱା ସାଜିଛି ବିପଦର ପ୍ରମୁଖ କାରଣ । ବାରମ୍ୱାର ଏହା ଉପରେ ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏହା ଏବେ ବିପଦ ମୁଁହରେ । ପ୍ରତିଦିନ ଏହି ସେତୁ ଦେଇ ଓଭର ଲୋଡିଂ ବାଲି ଆଉ ପଥର ହାଇୱା ଯାଆସ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଅଞ୍ଚଳବାସୀ କହିଛନ୍ତି । ପ୍ରଶାସନ ଏହି ଗାଡି ଗୁଡ଼ିକ ଉପରେ ରୋକ୍ ଲଗାଇବା ବଦଳରେ ଓଲଟି ମୋଟା ଅଙ୍କର ନେଇ ଏସବୁକୁ ଦେଖି ଆଖିବୁଜି ଦେଉଥିବା ଅଭିଯୋଗ କରିଛନ୍ତି । ତେବେ ଆଗାମୀ ଦିନରେ ଯଦି ଏହାକୁ ରୋକ୍ ଲଗା ନଯାଏ ତେବେ ନିଶ୍ଚିତ ଏହି ସେତୁ ଚଳାଚଳ ଅନୁପଯୁକ୍ତହୋଇପଡ଼ିବ ଏଥିରେ ସନେ୍ଦହ ନାହିଁ । ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କନ୍ତିଆ, ବୋଦୁଅ, ଘଣ୍ଟିଆଳି ଅଞ୍ଚଳବାସୀ ଦାବି କରିଛନ୍ତି ।