୨୭ରେ ଝାରସୁଗୁଡ଼ା ଆସିବେ ମୋଦି : ବାତିଲ୍ ହୋଇପାରେ ବ୍ରହ୍ମପୁର ଗସ୍ତ
ଭୁବନେଶ୍ୱର : ଆସନ୍ତା ୨୭ରେ ବ୍ରହ୍ମପୁର ଆସିଥା’ନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବି ସରିଥିଲା । ହେଲେ ବଙ୍ଗୋପସାଗରରେ ଲଘୁଚାପ ଓ ପରେ ଅବପାତ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ବଦଳିବ ବୋଲି ଜାଣିବାକୁ ମିଳିଛି । ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ସମାବେଶ ଆୟୋଜନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଝାରସୁଗୁଡାର ଅମଲିପାଲି ଠାରେ ଥିବା ରିଜର୍ଭ ପଡିଆରେ ଯୁବ ସମାବେଶ ଆୟୋଜନ କରାଯିବ । ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଏନେଇ ପିଏମଓରୁ ସୂଚନା ମିଳିବା ପରେ ଅମଲିପାଲି ପଡିଆ ସହ ଅନ୍ୟ ଦୁଇଟି ପଡିଆକୁ ବୁଲି ଦେଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଧାୟକ ଟଙ୍କଧର ତ୍ରିପାଠୀ । ସେମାନଙ୍କ ସହ ଉତ୍ତରାଞ୍ଚଳ ଆଇଜି, ଜିଲ୍ଲାପାଳ ଓ ଏସପି ମଧ୍ୟ ଥିଲେ । ସେହିପରି ଅମଲିପାଲି ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଅପରପକ୍ଷରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ସଂଧ୍ୟାରେ ଝାରସୁଗୁଡାରେ ପହଞ୍ଚିଛନ୍ତି । ଝାରସୁଗୁଡାରେ ଯୁବ ସମାବେଶ ଆୟୋଜନ ହେବାର ଥିବାବେଳେ ପ୍ରଧାନମନ୍ତ୍ରୀ କିଛି ଘୋଷଣା କରିବା ନେଇ ସେ ଦ୍ଭ ଆଜି ବାଲାଟ ଭୋଟିଂ ହୋଇଥିଲା । ପ୍ରଦୀପଙ୍କ ପ୍ୟାନେଲରେ ଲଲିତ ଦାସ ସମ୍ପାଦକ ଭାବେ ଲଢୁଥିବାବେଳେ ଅସିତଙ୍କୁ ପ୍ୟାନେଲରୁ ତାଙ୍କୁ ଟକ୍କର ଦେଉଥିଲେ ଟୁଟୁଲ କିଶୋର ଦାସ । ସେହିପରି ଅସିତଙ୍କ ପ୍ୟାନେଲରେ ଲଢୁଥିବା ପ୍ରଗତି ଉପସଭାପତି ଓ ସମ୍ବିତ ଯୁଗ୍ମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଜ୍ୟରେ ଏହି ପ୍ରତିଷ୍ଠିତ କ୍ଳବରେ ୨୩୨୧ ଜଣ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରେ ୧୯୨୨ ଜଣ ବ୍ୟକ୍ତିଗତ ଓ ୩୯୯ ଜଣ କର୍ପୋରେଟ ଭୋଟର ଅଛନ୍ତି ।