୩ ଅଭିଯୁକ୍ତ କୋର୍ଟ ଚାଲାଣ
ପାଣିକୋଇଲି : ବାଲିଗାଡ଼ିରୁ ଚାନ୍ଦାଆଦୟ ଏବଂ ଆକ୍ରମଣ ଅଭିଯୋଗରେ ପାଣିକୋଇଲି ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦେପଦା ଗ୍ରାମର ବିଷ୍ଣୁ ମଳିକଙ୍କ ପୁଅ ଦିପୁ (୨୦), ସୁକୁଟି ମଳିକଙ୍କ ପୁଅ ଜୟୀରାମ (୪୭) ଓ ଅଲଣା ମଳିକଙ୍କ ପୁଅ ବିଦ୍ୟାଧର (୫୨) ହୋଇଥିବା ବେଳେ ଥାନା ମାମଲା ନଂ୧୨୦/୨୫ ଦଫା ୧୨୬(୨), ୨୯୬, ୩୦୨(୨), ୩୦୮(୨)/୩(୫) ବିଏନଏସ ୨୫ ଆର୍ମ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ଖବର ଥାଉକି କରଦା ପଞ୍ଚାୟତର ଦେପଦା ଛକ ନିକଟରେ ଗତ ୧୦ତାରିଖ ରାତିରେ ଏକ ବାଲି ବୋଝେଇ ହାଇୱାକୁ ଅଟକାଇ ଜବରଦସ୍ତ ଚାନ୍ଦା ଆଦାୟ ସହିତ ଟଙ୍କା ଛଡାଇ ନେଇ ମରଣାନ୍ତକ ଆକ୍ରମଣ ହୋଇଥିବାର ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ଦୋଳସାହି ଗାମର ମନୋରଂଜନ ପାଣିଗ୍ରାହୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ ତାଙ୍କ ସାନଭାଇ ସୌମ୍ୟରଂଜନକୁ ମାଡମାରି ବନ୍ଧୁକ ଓ ମରଣାସ୍ତ୍ର ଦେଖାଇ ବେଆଇନ ଚାନ୍ଦା ପାଇଁ ଆକ୍ରମଣ କରାଯାଇଥିଲା ।