ଜଳୁଛି କିରିକିଟା ଆଡ଼କଟା ଜଙ୍ଗଲ
ନୂଆପଡା: ଜଳୁଛି ଜଙ୍ଗଲ ବ୍ୟାପୁଛି ନିଆଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ କିରିକିଟା ଆଡ଼କଟା ଜଙ୍ଗଲରେ । ଜଙ୍ଗଲରେ ନିଆଁ ହୁତୁ ହୂତୁ ହୋଇ ଜଳୁଛି ଓ ନିଆଁ ଧିରେ ଧିରେ ଜଙ୍ଗଲ ସାରା ବ୍ୟାପୁଛି । ଯାହାଫଳରେ ଜଙ୍ଗଲରେ ଥିବା ଗଛପତ୍ର ପୋଡ଼ି ଯାଉଥିବା ବେଳେ ବନ୍ୟ ଜୀବଜନ୍ତୁ ମଧ୍ୟ ପୋଡ଼ି ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ନିଆଁ ଯୋଗୁଁ ଜଙ୍ଗଲରେ ଛୋଟ ବଡ଼ ଗଛ ଲତା ପୋଡ଼ି ପାଉଁଶ ହୋଇ ଯାଉଥିବା ଦେଖିବାକୁ ମିଳୁଛି । ଜଙ୍ଗଲରେ ନିଆଁ ଲାଗିବ ଦ୍ୱାରା ଅନେକ ଛୋଟ ବଡ଼ ଗଛ ପୋଡ଼ି ଯାଉଥିବା ବେଳେ ବନ୍ୟ ଜନ୍ତୁ ପ୍ରତି ବିପଦ ରହିଛି । ବନ ବିଭାଗ ଦୃଷ୍ଟି ଦେଇ ନିଆଁକୁ ଆୟତ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି ।