କୁଡୁମୀ ସେନାର ପ୍ରତିଷ୍ଠା ଦିବସ
ସାରସକଣା : ମୟୂରଭଞ୍ଜ ଜିଲ୍ଲା କୁଡୁମୀ ସେନାର ୧୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେଇଯାଇଛି । ସାରା ଭାରତରେ ୨କୋଟିରୁ ଊଦ୍ଧ୍ୱର୍ କୁଡୁମୀ ସମ୍ପ୍ରଦାୟର ଲୋକେ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆସମ୍ରେ ବସବାସ କରୁଛନ୍ତି । ଏହି ଜାତିକୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା । କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲା । ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଦାବି ରଖି ଆସୁଛନ୍ତି । ତେବେ ଓଡ଼ିଶାରେ କ୍ରାନ୍ତିକାରୀ ଯୁବ ନେତା ଜୈମୁନୀ ମହାନ୍ତିଙ୍କ ନେତୃତ୍ୱରେ କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରି ୨୦୧୨ ଜୁନ ୩ ରେ ବେତନଟୀ ଠାରେ କୁଡୁମୀ ସେନା ଗଠନ କରି କୁଡୁମୀ ଲୋକଙ୍କର ସାମାଜିକ, ଅର୍ଥନୈତିକ, ଭାଷା, ସଂସ୍କୃତିର ସୁରକ୍ଷା ଓ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ୧୨ ବର୍ଷ ଧରି ଜିଲ୍ଲା, ରାଜ୍ୟ ତଥା ଜାତୀୟସ୍ତରରେ ଆୟୋଜନ କରି ଆସୁଛନ୍ତି । ତେବେ ଏହି ଦିନକୁ ମନେ ରଖିବା ପାଇଁ ସାରସକଣାର ମାନଭଞ୍ଜଠାରେ ୧୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଗୀତାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ସାଇରାମ ମହାନ୍ତି, ବିଶ୍ୱନାଥ ମହାନ୍ତି, କାହ୍ନୁଚରଣ ମହାନ୍ତି, ପ୍ରଶାନ୍ତ ମହାନ୍ତି, ଅଜିତ ମହାନ୍ତି, ପପୁ ମହାନ୍ତି, କୁବେର ମହାନ୍ତି, ସିତେଶ ମହାନ୍ତି ଓ ମହିଳା ସେନାର ସସ୍ମିତା ମହାନ୍ତି, ପ୍ରଭାତି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।