୩ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ପୁଲିସ ନିକଟରେ ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଏହି ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା କହିଛନ୍ତି । ଏଥିସହ ଲଗାତାର ମାଓବାଦୀ ପ୍ରବଣ ଅଞ୍ଚଳରେ ସୁରକ୍ଷା କ୍ୟାମ୍ପ ପ୍ରତିଷ୍ଠା ଓ ଘନଘନ ଚଢ଼ାଉରେ ମାଓବାଦୀ ଏକ ପ୍ରକାର ବ୍ୟତିବ୍ୟସ୍ଥ ହୋଇ ପଡ଼ିଛନ୍ତି । ଅନ୍ୟପଟେ ମାଓ ସଂଗଠନରେ ପୂର୍ବଭଳି ଆଉ ନୀତି ଓ ଆଦର୍ଶ ନାହିଁ । ନିରୀହ ଲୋକଙ୍କୁ ପୁଲିସ ଇନ୍ଫର୍ମର ସନେ୍ଦହରେ ହତ୍ୟା କରାଯାଉଛି । ଆତ୍ମସମର୍ପଣ କରିଥିବା  ଜନତାନା ସରକାର ଅଧ୍ୟକ୍ଷ ମଡ଼କମ ଜଗା, ମିଲିସିଆ ଇନ୍ ଚିଫ ମାଡ଼ବୀ ହିଡ଼ମା ଓ ସିଏନଏମ ଅଧ୍ୟକ୍ଷ ସଲବମ ଦେବା ଅଭିଯୋଗ କରିଛନ୍ତି । ସୁକୁମା ପୁଲିସ କାର୍ଯ୍ୟାଳୟରେ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ଏସପି, ସିଆରପିଏଫ କମାଣ୍ଡାଣ୍ଟ ପ୍ରମୁଖଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ କହିଛି ।