ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

  ତାଳଚେର: ୧୫ ବର୍ଷ ବୟସ ବାଳକ ଆନ୍ତଃ କ୍ଲବ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା -୨୦୨୫ ମୁଖ୍ୟମନ୍ତ୍ରୀ ଟ୍ରଫି ତାଳଚେର ଗ୍ରୀନ ଗ୍ରାସ ଷ୍ଟାଡ଼ିୟମ ଲିଙ୍ଗରାଜ ଏରିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଡେପୁଟି କଲେକ୍ଟର ବିକାଶ ଶବର ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଏ.କେ.ସିଠ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅନୁଗୋଳ ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଡ. ଗୈାର ଗୋବିନ୍ଦ ସାମନ୍ତଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଜିଲ୍ଲା କ୍ରୀଡ଼ା ସଂସଦର ସଦସ୍ୟ କିଶୋର କୁମାର କର,ରମେଶ ଚନ୍ଦ୍ର ସାହୁ, ରୁଚିର କୁମାର ଦାସ,ଚୈତନ୍ୟ ପ୍ରଧାନ, ହରେଶ ଚନ୍ଦ୍ର ଦାସ, ନୟନ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ । ଆଜିର ପ୍ରଥମ ଖେଳ ଏ.କେ. କ୍ଲବ(ପତକା)ଓ ଜେଏଫସି(ବାଗେଡ଼ିଆ) ମଧ୍ୟରେ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ ଅନୁଗୋଳ ଓ ଆଠମଲ୍ଲିକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଠମଲ୍ଲିକ  ୪.୧ ରେ ବିଜୟୀ ହୋଇଥିଲା । ତାଳଚେର କ୍ରୀଡ଼ା ସଂସଦର ସମ୍ପାଦକ ପେସ୍କାର ଗଡ଼ନାୟକ ଏବଂ ଚନ୍ଦନ କୁମାର ପ୍ରଧାନ, କମଳ ଲୋଚନ ସାହୁ ଏଥିରେ ସହଯୋଗ କରିଥିଲେ ।