୩୪ବର୍ଷ ପରେ ବି କାର୍ଯ୍ୟକାରୀ ହୋଇପାରିଲାନି ନିଷ୍ପତ୍ତି : ପେନ୍ସନ୍ ପାଇବାରୁ ବଞ୍ଚôତ ଓଏମ୍ସି ଅବସରପ୍ରାପ୍ତ କର୍ମଚାରୀ 

 ଯାଜପୁର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ୫ା୧୦ା୧୯୯୧ ମସିହାରେଏକ ସରକାରୀ ବିଜ୍ଞପ୍ତି ଜରିଆରେ ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଓଡିଶା ସରକାରଙ୍କ କର୍ମଚାରୀଙ୍କ ଭଳି ପିଛିଲା ଭାବରେ ପେନସନ ଦେବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ଉକ୍ତ ନିଷ୍ପତି ମତେ କର୍ମଚାରୀ ତା୧ା୪ା୧୯୮୯ ରିଖ ଠାରୁ ପେନସନ୍ ପାଇବାକୁ ସ୍ଥିରିକୃତ ହୋଇଥିଲା । ମାତ୍ର ବିଡ଼ମ୍ବନା ୩୪ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିପାରିଲେ ନାହିଁ । ଯେତେ ବେଳେ ୨୦୧୨ମସିହାରେ ଓଡିଶା ଖଣି ନିଗମ ଏକ ସ୍ୱର୍ଣ୍ଣ ଶ୍ରେଣୀୟ ରାଜ୍ୟ ସରକାରୀ ନିଗମର ମାନ୍ୟତା ଲାଭ କଲା ସେତେ ବେଳେ ଓଡିଶା ଖଣି ନିଗମ ଏହି ପେନସନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ୨୦୧୨ମସିହା ଅଗଷ୍ଟରେ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ । ତା୫ା୧୦ା୧୯୯୧ରିଖରୁ ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ପେନସନ ଦେବା ପାଇଁ ନିଦେ୍ର୍ଦଶନାମା ଥିଲେ ମଧ୍ୟ ରାଜ୍ୟ ସରକାର ତା୨୮ା୪ା୨୦୧୪ରିଖ ଦିନ ଓଡିଶା ଖଣି ନିଗମର ଅନୁରୋଧକୁ ଖାରଜ କରଥିଲେ । ରାଜ୍ୟ ସରକାର ଏବଂ ଓଡିଶା ଖଣି ନିଗମର ଏତାଦୃଶ ନିଷ୍ପତ୍ତିରେ ନିରାଶ ହୋଇ ଓଡିଶା ମାଇନିଂ ୱାର୍କ୍ସ ଫେଡେରେସନର କର୍ମକର୍ତା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ଦ୍ୱାରସ୍ଥ ହୋଇଥିଲେ ।  ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ଶୁଣିବାପରେ ୨୯ା୧ା୨୦୧୯ ତାରିଖ ଦିନ ନିଜ ରାୟରେ ଦର୍ଶାଇ ଥିଲେ ଯେ-ଯେହେତୁ ରାଜ୍ୟ ସରକାର ଓଡିଶା ଖଣି ନିଗମର କର୍ମଚାରୀ ମାନଙ୍କୁ ପେନସନ୍ ପ୍ରଦାନ ପାଇଁ ଦେଇଥିବା ୫ା୧୦ା୧୯୯୧ ତାରିଖର ଆଦେଶ ନାମାକୁ ପ୍ରତ୍ୟାହାର କରିନାହାନ୍ତି କିମ୍ବା ସେଥିରେ କୌଣସି ପରିବର୍ତ୍ତନ କରିନାହାନ୍ତି, ତେଣୁ ଏହା ଅଦ୍ୟାବଧି ବଳବତ୍ତର ଅଛି । ସେଥିପାଇଁ ତା୨୮ା୪ା୨୦୧୪ ରିଖରେ ରାଜ୍ୟ ସରକାର ଓଡିଶା ଖଣି ନିଗମର କର୍ମଚାରୀଙ୍କୁ ପେନସନ୍ ପ୍ରଦାନ ପାଇଁ ମନା କରିଥିବା ପତ୍ରକୁ ବେଆଇନ ଦର୍ଶାଇବା ସହିତ ୪ ମାସ ମଧ୍ୟରେ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଏହି ନିଦେ୍ର୍ଦଶ ନାମାକୁ ବିରୋଧ କରି ପୁନଶ୍ଚ ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ଏହାପରେ  ଉଚ୍ଚ ନ୍ୟାୟାଳୟ ୨୦୨୧ମସିହା ଡିସେମ୍ବର ମାସ ୨୩ ତାରିଖ ଓଡିଶା ସରକାରଙ୍କ ରିଟ ପିଟିସନ୍ ଉପରେ ବିଚାର କରି ନିଜର ପୂର୍ବ ରାୟକୁ କାଏମ ରଖିଥିଲେ ଏବଂ ଅଦାଲତଙ୍କ ନିଦେ୍ର୍ଦଶନାମା ପାଇବାର ୪ମାସ ମଧ୍ୟରେ ଓଡିଶା ଖଣି ନିଗମର କର୍ମଚାରୀଙ୍କୁ ପେନସନ୍ ପ୍ରଦାନ ପାଇଁ ବିଚାର କରିବାକୁ ଓଡିଶା ସରକାର ଏବଂ ଓଡିଶା ଖଣି ନିଗମକୁ ନିଦେ୍ର୍ଦଶ ଦେଇଥିଲେ । ଏହାକୁ ବିରୋଧକରି ରାଜ୍ୟ ସରକାର ଏବଂ ଓଡିଶା ଖଣିନିଗମ ପୁନର୍ବାର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ରିଟ ପିଟିସନ୍ ଦାଖଲ କଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତା୧୩ା୫ା୨୦୨୫ରେ  ଦେଇଥିବା ରାୟରେ ଏହି ଯୋଜନାର ଏକ ତର୍କପୂର୍ଣ୍ଣ ଅନ୍ତ ଘଟାଇ ଆଗାମୀ ୮ସପ୍ତାହ ମଧ୍ୟରେ ଓଡିଶା ଖଣିନିଗମର ସେବା ନିବୃତ କର୍ମଚାରୀଙ୍କ ପାଇଁ ସରକାରଙ୍କ ଦ୍ୱାରା ମଂଜୁରୀ ଦିଆଯାଇଥିବା ପେନସନ ଯୋଜନାକୁ ପୁନଃବିଚାର କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଓଡିଶା ଖଣି ନିଗମ ବର୍ତମାନ ରାଜ୍ୟରେ ସର୍ବାଧିକ ଲାଭ କରୁଥିବା ଏକ ରାଜ୍ୟସରକାରୀ ନିଗମ ହୋଇଥିବା ବେଳେ ଏହା ବର୍ଷକୁ ପ୍ରାୟ୧୫ହଜାର କୋଟି ଟଙ୍କା ଲାଭ ପାଉଛି ଏବଂ ଏଥିପାଇଁ ନିଗମର କର୍ମଚାରୀ ମାନଙ୍କର ସହଯୋଗ ଯଥେଷ୍ଟ ରହିଛି । ଲାଭ ଟଙ୍କାରୁ ମାତ୍ର ୧୧୦୦ କୋଟି ଟଙ୍କା ଫିକ୍ସ ଡିପୋଜିଟ କରିଦେଲେ ତାହାର ସୁଧ ଟଙ୍କାରେ ଓଏମସିର ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ପେନସନ୍ ପାଇପାରିବେ । ତେଣୁ କାଳବିଳମ୍ବ ନକରି କୌଣସି ଟାଳଟୁଳ ନୀତି ଅବଲମ୍ବନ ନକରି ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିଦେ୍ର୍ଦଶ ମତେ ଓଏମ୍ସିର ସେବା ନିବୃତ କର୍ମଚାରୀ ମାନଙ୍କୁ ସହୃଦୟତାର ସହିତ ଅବସର କାଳିନ ପେନସନ ପ୍ରଦାନ କରିବା ପାଇଁ ଓଡିଶା ମାଇନିଂ ୱାର୍କ୍ସ ଫେଡେରେସନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏବଂ ସାଧାରଣ ସଂପାଦକ ଅକ୍ଷୟ କୁମାର ସାମଲ ପ୍ରେସ୍ ବିବୃତି ଜରିଆରେ ମୁଖ୍ୟମନ୍ତ୍ରୀ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଏବଂ ଓଡିଶା ଖଣି ନିଗମ କର୍ତ୍ତୁପକ୍ଷଙ୍କୁ ଦାବି କରିଛନ୍ତି ।